ଭାଲୁଡୁଙ୍ଗୁରି ଗ୍ରାମରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଦହିତା ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ୱାନ କ୍ରମେ ଭାଲୁଡୁଙ୍ଗୁରି ବନ ସୁରକ୍ଷା ସମିତି ସଭାପତି ଚୈତନ୍ୟ ବରିହାଙ୍କ ସଭାପତିତ୍ୱରେ ଗ୍ରାମର ଯୁବକମାନଙ୍କ ଏକ ବୈଠକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦେଇ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା ଉପରେ ଉଦବୋଧନ ଦେଇ ଦେବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ସମସ୍ତ ଜନସାଧାରଣ ଏକତ୍ରିତ ଦିଗରେ ସଚେତନ ପୂର୍ବକ କାମ କରିବାକୁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ଗ୍ରାମର ଯୁବ ଗୋଷ୍ଠୀମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ଉପସ୍ଥିତ ଯୁବକମାନଙ୍କୁ ନେଇ ପରିବେଶ ସୁରକ୍ଷା ପାଇଁ କାମ କରିବାକୁ ସବୁଜ ସାଥୀର ମୁଖ୍ୟ ଓ ଶ୍ୟାମସୁନ୍ଦର ମେହେରଙ୍କୁ ପ୍ରବକ୍ତା ଭାବେ ମନୋନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରଜନିକାନ୍ତ ମେହେର, କେଶବ ସେଠ, ଗଙ୍ଗାଧର ସେଠ, ଅଜୟ କୁମାର ଭୋଇ, ରମେଶ ବରିହା, ନାରାୟଣ ସେଠ, ସୁଦାମ ତାଣ୍ତି, ରବିନ୍ଦ୍ର ମେହେର, ଲକ୍ଷ୍ମଣ ବରିହା, ମୋତିଲାଲ ସେଠ, ଖଗେଶ୍ୱର ମେହେର, ଶୁଧାଂଶୁ ଶେଖର ଭଇଁଶାଲଙ୍କୁ ସବୁଜ ସାଥୀର ସଭ୍ୟଭାବେ ମନୋନୀତ ହୋଇଛନ୍ତି । ପ୍ରତ୍ୟେକ ସଭ୍ୟ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ସହିତ ପୋଶ୍ୟ ଭାବେ ଗ୍ରହଣ କରି ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ ।

jittmm
Leave A Reply

Your email address will not be published.