oom

କୋଇଡା ପ୍ରେସ କ୍ଲବ ପକ୍ଷରୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମ

jsmm

କୋଇଡା, (ସମ୍ବିତ ଜେନା) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ କୋଇଡା ପ୍ରେସ କ୍ଲବ ପକ୍ଷରୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବର୍ତ୍ତମାନ ସମୟରେ ଜୀବଜଗତ ପାଇଁ ବୃକ୍ଷର ଆବଶ୍ୟକତା ଏବଂ କିଚେନ ଫାର୍ମିଙ୍ଗ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ କୋଇଡା ଡିଗ୍ରୀ କଲେଜର ଇତିହାସ ବିଭାଗର ଅଧ୍ୟାପକ ରାଧାମୋହନ ପଟ୍ଟନାୟକ, ରାଇକେଲା ସ୍ଥିତ ପିଟିଏ ଖଣିର ପ୍ରବନ୍ଧକ ଟଙ୍କଧର ବେହେରା, ଟେଂସା ସିଆର୍‌ସିସି ପ୍ରଶାନ୍ତ ପରିଡା, ଆସପେୟାର ସ୍ୱେଚ୍ଛାସେବୀ ସଂଗଠନର ବ୍ଲକ କୋର୍ଡିନେଟର ବାପିଲି ଗୌସ୍ୱାମୀ, ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମଲୋଚନ ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ସମୀର ପାଢ଼ୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହିତ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ମିଶି ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ଫଳ ଜାତୀୟ ବୃକ୍ଷ ଯଥା ଆମ୍ବ, ପିଜୁଳି, ଜାମୁ, ଲେମ୍ବୁ, ଅମୃତଭଣ୍ଡା ଗଛ ଓ ଟଗର, କନିଅର, ମନ୍ଦାର ଆଦି ଫୁଲଗଛର ଚାରାରୋପଣ କରିଥିଲେ ।

jittmm
Leave A Reply

Your email address will not be published.