ଭୁବନେଶ୍ୱର : ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ସଂଘର୍ଷର ପ୍ରତିଟି ମୁହୂର୍ତ୍ତକୁ ମନେପକାଉଛି ସାରାଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିଭଳି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିଭଳି ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । କଂଗ୍ରେସ ଭବନରେ ପାଳିତ ହୋଇଯାଇଛି ୭୯ତମ ସ୍ୱାଧୀନତା ଦିବସ । ପିସିସି ସଭାପତି ଭକ୍ତଚରଣ ଦାସ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଜାତୀୟ ସଙ୍ଗୀତ ଗାନ ସହ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି ଭକ୍ତ ଚରଣ ଦାସ । ଏହି ଅବସରରେ ପିସିସି ସଭାପତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଦେଶକୁ ଓ ରାଜ୍ୟକୁ ଲୁଟି ଚାଲିଛନ୍ତି । ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଭୋଟ୍ ଚୋରି କରି ଶାସନ କ୍ଷମତାକୁ ଆସିଛନ୍ତି ।
