jittmm

ଚିନ୍ମୟ ବେହେରା ହେଲେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଡୁଆ ଛାତ୍ର ନେତା ଚିନ୍ମୟ ବେହେରା ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଓଡିଶା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଛୁନ୍ନୁ ସିଂହ, ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ରୂପରେ ଚିନ୍ମୟ ବେହେରାଙ୍କ ନାମ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଚିନ୍ମୟ ବେହେରା ବିଗତ ଦିନ ଗୁଡିକରେ ଅନେକ ଛାତ୍ର ଆନ୍ଦୋଳନ ଓ ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଜଣେ ସକ୍ରିୟ ଛାତ୍ର ନେତା ଭାବରେ ସେ ଅତି କମ୍‌ ସମୟ ମଧ୍ୟରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ଜଣେ ଛାତ୍ର ନାୟକ ଭାବରେ ଛାତ୍ରମାନଙ୍କ ସମସ୍ୟା ସଠିକ୍‌ ଭାବରେ ଉପସ୍ଥାପନ କରିପାରୁଥିବା ଜଣେ ଛାତ୍ର ନେତାଙ୍କୁ ଛାତ୍ର ସଭାପତି ଭାବରେ ନିଯୁକ୍ତ କରିଥିବାରୁ ବଲାଙ୍ଗିର ଛାତ୍ର କଂଗ୍ରେସର ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ବଢିଛି ଏବଂ ସମସ୍ତେ ଏହାକୁ ସ୍ୱାଗତ କରିଛନ୍ତି । ଏହି ପରିପେକ୍ଷିରେ ଚିନ୍ମୟ ବେହେରା ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ, ଲୋକସଭା ବିରୋଧି ଦଳ ନେତା ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ଛାତ୍ର କଂଗ୍ରେସ ଜାତୀୟ ପ୍ରଭାରୀ କହ୍ନେୟା କୁମାର, ଛାତ୍ର କଂଗ୍ରେସ ଜାତୀୟ ଅଧ୍ୟକ୍ଷ ବରୁଣ ଚୌଧୁରୀ, ପ୍ରଦେଶ କଂଗ୍ରେସ ସଭାପତି ଉଦିତ ପ୍ରଧାନ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାଶ, ସମରେନ୍ଦ୍ର ମିଶ୍ର, ପ୍ରଦେଶ କଂଗ୍ରେସ ପ୍ରଭାରି ଅଜୟ ଲଲୁ, ଛୁନୁ ସିଂଜୀ, ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ନନ୍ଦ ଏବଂ ଭାରତୀୟ ଯୁବ କଂଗ୍ରେସ ଜାତୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଛାତ୍ର କଂଗ୍ରେସ ବଲାଙ୍ଗିର ଜିଲ୍ଲାରେ କିପରି ଅଧିକ ସୁଦୃଢ ହେବ ଏବଂ ଅନ୍ୟାୟ ଓ ଦୁର୍ନିତି ବିରୁଦ୍ଧରେ ଲଢେଇ କରିବ ସେ ସଂପର୍କରେ ନିଜର ପ୍ରଚେଷ୍ଟା ଜାରି ରଖିବେ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.