oom

ଅମ୍ବାଦଳା ଠାରେ ବିଜେପି ଜିଲ୍ଲା ସଭାପତିଙ୍କୁ ସ୍ୱାଗତ

jsmm

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ରାୟଗଡ ଜିଲ୍ଲାର ବିଜେପି ନୂତନ ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କୁ ଅମ୍ବାଦଳା ମଣ୍ଡଳ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଳୀୟ କର୍ମୀମାନେ ନୂତନ ଜିଲ୍ଲା ସଭାପତି ଓ ନୂତନ ମଣ୍ଡଳ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ବାଜା ବଜାଇ, ବାଣଫୁଟାଇ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଅମ୍ବାଦଳା କଲ୍ୟାଣ ମଣ୍ଡପ ପରିସରରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋପି ଆନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିବ ଶଙ୍କର ଉଲାକା, ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡକା, କୋରାପୁଟ ବିଜେପି ସାଂସଦ ପ୍ରାର୍ଥୀ, ରାୟଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ଅମ୍ବାଦଳା ମଣ୍ଡଳ ସଭାପତି ଅନନ୍ତ ମାଳଦୋରା, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା ପ୍ରମୁଖଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅମ୍ବାଦଳା ମଣ୍ତଳର ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.