ଉପଖଣ୍ଡସ୍ତରୀୟ ପାଣି ପଞ୍ଚାୟତର ନୂତନ ସଭାପତି ଭାବେ ମନୋନୀତ ହେଲେ ରଂଜିତ ସାହୁ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁଡିଘାଟ ନିକଟରେ ଗତ ମଙ୍ଗଳବାର ଦିନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପଖଣ୍ଡସ୍ତରୀୟ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭା ପରିଚାଳନା ନିମନ୍ତେ ଅସ୍ଥାୟୀ ରୂପେ ନବୀନ କୁମାର ରାଓଙ୍କୁ ସଭାପତି ରୂପେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଯାଇଥିଲା । ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଅନେକ ସିଦ୍ଧାନ୍ତ ଗୁଡ଼ିକୁ ଆଲୋଚନା ପୂର୍ବକ ଦୃଢିକରଣ କରାଯାଇଥିଲା । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବ୍ଲକ ଟିଟିଲାଗଡ, ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା ଏବଂ ସଇଁତଲା ଜଳ ଯୋଗାଣ ପାଣି ପଞ୍ଚାୟତ ଇରିଗେସନମାନଙ୍କରେ ଅନେକ ଦୁନୀର୍ତି ହେଉଥିବାରୁ ତାକୁ କିଭଳି ଭାବେ ରୋକିବା ବୋଲି ଆଲୋଚନା ହୋଇଥିଲା । ଏଥିରେ ତୁରେକେଲା ବ୍ଲକ ଅନ୍ତର୍ଗତ ମହନିଲହ ଗାଁର ରଂଜିତ ସାହୁଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ଉପସଭାପତି କୃଷ୍ଣ ଚନ୍ଦ୍ର ଦାସ, ସମ୍ପାଦକ ଭାବରେ ଜଜ୍ଞସେନ ପୁଟେଲଙ୍କୁ ମନୋନୀତ କରାଯାଇଛି ।

Leave A Reply

Your email address will not be published.