centurian jitm

ସ୍ୱର୍ଗତ ପାଲା ଗାୟକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଦିବଙ୍ଗତ ପାଲା ଗାୟକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଡେଲାଙ୍ଗ ବ୍ଲକର ଖେଲାଉର ସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଆତ୍ମାର ସ୍ମୃତି ଉଦ୍ଦେଶ୍ୟରେ ଦିବା ୯ଟାରୁ ସତ୍ୟ ସନାତନ ଭାଗବତ ଟୁଙ୍ଗୀ ଗୋଷ୍ଠୀ ଲଙ୍ଗୁଳୀ ବାବା ଓ ସିଦ୍ଧେଶ୍ୱର ନାୟକଙ୍କ ସମସ୍ତ କର୍ମୀ ମାନଙ୍କ ଦ୍ଵାରା ଭାଗବତ ଗୀତା ଓ ଭାଗବତ ମହାପୁରାଣ ପାଠ କରାଯାଇ ଥିଲା ଏବଂ ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ସଭାପତି ଲକ୍ଷ୍ମୀଧର ଦାସ ଓ ଗୌରୀ ମଣ୍ଡଳର ସମସ୍ତ ପଦାଧିକାରୀ, ଗାୟକ, ବ।ୟକ, ସହକର୍ମୀ ପାଳିଆଙ୍କ ସମେତ ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ଡେଲାଙ୍ଗଙ୍କ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଅପରାହ୍ନ ୩ଟାରୁ ପାଲା ଗାୟକ କାଶୀନାଥ ଜେନାଙ୍କ ସଭାପତିତ୍ଵରେ ସ୍ୱର୍ଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଭା ଆୟୋଜନ କରାଯାଇଥିଲା । ପୁରୀ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି, ଗାୟକ ନାରାୟଣ ମହାରଣା ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଗାୟକ ହରିହର ସାମନ୍ତରାୟ, ଶରତ ଚନ୍ଦ୍ର ଦାସ, ସଂକୀର୍ତ୍ତନ ଗାୟକ ନରେନ୍ଦ୍ର ପାଟ୍ଟଶାହାଣୀ, ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରବକ୍ତା ଶରତ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦାନ କରି ଭାଷଣ ଛଳରେ ଅନେକ ସାମାଜିକ ଶିକ୍ଷା ଓ ମାତା, ପିତା, ପୁତ୍ର, ପରିବାରର ଚାଲି ଚଳଶୀ ଉପରେ ଆଲୋକପାତ କରିଥିଲେ । ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ, ଓଡ଼ିଶା, ଶାଖା ଅଖଣ୍ଡ ପୁରୀ ଜିଲ୍ଲା, ଉପଶାଖା ଗୌରୀ ମଣ୍ଡଳ ମଧ୍ୟରୁ ଅନେକ ପାଲା ଗାୟକ, ବାୟକ, ସହକର୍ମୀ ପାଳିଆ ବନ୍ଧୁମାନେ ଯୋଗଦାନ କରି ସ୍ୱର୍ଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନେକ ବକ୍ତବ୍ୟ ପ୍ରଦାନ କରିଥିଲେ । ବସନ୍ତ କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ । ଶେଷରେ ପ୍ରଫୁଲ୍ଲ ମହାରଣାଙ୍କ ଶିଷ୍ୟ ପାଲା ଗାୟକ ସରୋଜ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାତ୍ର ୭ଟାରୁ ଓଡ଼ିଶୀ ନାମ ସଂକୀର୍ତ୍ତନ କରାଯାଇ ଥିଲା । ସ୍ୱର୍ଗତ ପ୍ରଫୁଲ୍ଲ ମହାରଣାଙ୍କ ସୁପୁତ୍ର ନିରଞ୍ଜନ ମହାରଣା ସମସ୍ତ ପ୍ରକାର ସୁଆୟୋଜନ କରିବା ସହିତ ଅତିଥି ଓ ସମସ୍ତ କଳାକାର ମାନଙ୍କୁ ଆତିଥେୟତା ପ୍ରଦାନ କରିଥିଲେ । ଗୌରୀ ମଣ୍ଡଳର ସମ୍ପାଦକ, ସହ ସମ୍ପାଦକ, ପଦାଧିକାରୀ, କର୍ମୀବୃନ୍ଦଙ୍କ ପୂର୍ଣ୍ଣ ସହଯୋଗ ଥିଲା । ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ଡେଲାଙ୍ଗ ପୁରୀ ପକ୍ଷରୁ ପୂର୍ଣ୍ଣ ସହଯୋଗ କରିଯିବା ସହ ସମ୍ପାଦକ ପ୍ରମୋଦ କୁମାର ଜେନା ପ୍ରତି କଳାକାର ମାନଙ୍କ ପାଇଁ ଆକୁଣ୍ଠିତ ଚିତ୍ତରେ ଏହିପରି ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଆୟୋଜନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.