ଛତ୍ରପୁର ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ବ୍ରହ୍ମା କୁମାର ନିର୍ୱେର୍ ଭାଇଙ୍କର ସ୍ମୃତିଚାରଣ ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବି.କେ. ନିର୍ୱେର୍ ଭାଇଙ୍କର ଦ୍ଵାଦଶ ଦିବସ ଅବସରରେ ସ୍ମୃତିଚାରଣ ସଭା ପାଳନ ପୂର୍ବକ ରବିବାର ଅନୁଷ୍ଠାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆଇ.ଆର୍.ଇ.ଏଲ୍‌ କର୍ମଚାରୀ ଅବସରପ୍ରାପ୍ତ ବି.କେ. ଦୀନବନ୍ଧୁ ଭାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ । ମାଉଣ୍ଟ-ଆବୁର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ମ୍ୟାନେଜିଂ ନିର୍ଦ୍ଦେଶକ ଭାବେ ବି.କେ. ନିର୍ୱେର୍ ଭାଇ ଦାୟିତ୍ୱରେ ଥିଲେ । ସେ ପରମପିତା ବ୍ରହ୍ମା ବାବାଙ୍କ ନିର୍ଦ୍ଦେଶ କ୍ରମେ ନିଜର ଜୀବନକୁ ପରିଚାଳିତ କରୁଥିବା ସହ ସେ ବହୁ କାର୍ଯ୍ୟକ୍ରମରେ ନିଜର ଅବଦାନକୁ ପ୍ରତିଭାଶାଳୀ କରିଛନ୍ତି । ସେ ଭାରତୀୟ ନୌସେନାରେ ୯ ବର୍ଷ ଅତିବାହିତ ହୋଇଥିବା ବେଳେ ସମାଜ ପାଇଁ ବହୁ ସଫଳ ପ୍ରୟାସ କାମ କାରିବା ସହିତ ଆଧ୍ୟାତ୍ମିକ ଦିଗରେ ସାନିଜ ଜୀବନକୁ ଯୋଡ଼ି ହୋଇ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ଠାରୁ ସମ୍ମାନୀତ ହୋଇ ପରମପିତାଙ୍କ ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ ଶାନ୍ତିର ବାର୍ତ୍ତା ପ୍ରଚାର ଦିଗରେ ସେ ଅନ୍ତଃରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ବି.କେ ନିର୍ୱେର୍ ଭାଇ ସନ୍ – ୨୦/୧୧/୧୯୩୮ରେ ପଞ୍ଜାବର ହୁସିଆର୍ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେଳେ ସନ୍ – ୧୯/୦୯/୨୦୨୪ରେ ତାଙ୍କର ମାଉଣ୍ଟଆବୁରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ଶ୍ରଦ୍ଧା ସୁମନ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ରାଜଯୋଗିନୀ ବିଜୟ ଲକ୍ଷ୍ମୀ ଭଉଣୀ, ବ୍ରହ୍ମା କୁମାରୀ ଆମ୍ବି, ବ୍ରହ୍ମା କୁମାର ଲକ୍ଷ୍ମଣ ଭାଇ ଏବଂ ସମସ୍ତ ବ୍ରହ୍ମା କୁମାରୀ ସଂସ୍ଥାନର ଭାଇ ଓ ଭଉଣୀ ମାନେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.