ଅଜୟ ପଲେଇଙ୍କ ଏକାଦଶାହ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପାଲା ବ।ୟକ ତଥା ରାମଲୀଳାର ହନୁମାନ ଅଜୟ କୁମାର ପଲେଇଙ୍କ ଏକା ଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଦିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଡେଲାଙ୍ଗ ବ୍ଲକ୍ର ବର୍ଷୀୟାନ ପାଲା ଗାୟକ ଅଭିମନ୍ୟୁ ସ୍ୱାଇଁ ସଭାପତିତ୍ଵ କରି ଥିଲେ । ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ, ଶାଖା ଅଖଣ୍ଡ ପୁରୀ ଜିଲ୍ଲା ସଭାପତିଙ୍କ ଜ୍ଞାତ ଧାରାରେ ସମ୍ପାଦକ ଲମ୍ବୋଦର ବେହେରା, ସତ୍ୟବାଦୀ ମଣ୍ଡଳର ସମ୍ପାଦକ ରମେଶ ଚନ୍ଦ୍ର ପଲେଇ, ଗୌରୀ ମଣ୍ଡଳର ସମ୍ପାଦକ ଶରତ ଚନ୍ଦ୍ର ଦାସ, ପୁରୀ ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ, ଡେଲାଙ୍ଗ ବ୍ଲକ୍ କଳା ସଂସ୍କୃତି ସଙ୍ଘର ଉପ ସଭାପତି ସରୋଜ କୁମାର ପ୍ରଧାନ, ବର୍ଷୀୟାନ ଗାୟକ ହରିହର ସାମନ୍ତରାୟ, ଗାୟକ ସଦାଶିବ ବରାଳ ବା ପୂର୍ଣ୍ଣ ବାବୁ, ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ସମ୍ପାଦକ ପ୍ରମୋଦ କୁମାର ଜେନା, ବ।ୟକ କାଶୀନାଥ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଆତ୍ମା ଅଜୟ କୁମାର ପଲେଇଙ୍କ ଫଟୋ ଚିତ୍ରରେ ଉତ୍ତରୀୟ ବସ୍ତ୍ର ପ୍ରଦାନ ସମେତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଭାପତିଙ୍କ ଆହ୍ୱାନ ସତ୍ତ୍ୱେ ତିନି ଥର ଓଁ କାର ଧ୍ଵନି କରି ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଡେଲାଙ୍ଗ, ପିପିଲି, ସତ୍ୟବାଦୀ, କଣାସ, ପୁରୀ ସଦର, ନିମାପଡ଼ା ଆଦି ବ୍ଲକରୁ ବହୁ ସଂଖ୍ୟକ ପାଲା କଳାକାର ଭାଇମାନଙ୍କ ଯୋଗଦାନରେ ଶ୍ରଦ୍ଧାଞ୍ଜଳି ସଭାଟି ସଫଳ ହୋଇପାରିଥିଲା । ସଭାପତି ଓ ସମ୍ମାନିତ ଅତିଥିଙ୍କ ସମେତ ପାଲା ଗାୟକ କୈଳାସ ପାଣି, ପ୍ରତାପ ପ୍ରଧାନ, ଅର୍ଜୁନ ବେହେରା, ଦେବୀ ପ୍ରସାଦ ଦାସ, ପ୍ରକାଶ ବଡ଼ଜେନା, ବଟକୃଷ୍ଣ ମହାପାତ୍ର, ବ।ୟକ ଦୁର୍ଯ୍ୟୋଧନ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ବାବୁଲି ପଣ୍ଡା, କେଶବ ପ୍ରଧାନ, ସହକର୍ମୀ ପାଳିଆ, ସାଧୁ ଚରଣ ନାୟକ, କପିଳାସ ମୁଦୁଲି, ପାଲା ପାଳିଆ, ସଂକୀର୍ତ୍ତନ ଗାୟକ ଅକ୍ଷୟ ନାୟକ, ସୁରେନ୍ଦ୍ର ପ୍ରଧାନ, ଗ୍ରାମର କଳାକାର ଦୁର୍ଗା ସାହୁ, କୃଷ୍ଣ ସାହୁ, ପାଲା ଗାୟକ ଦୁର୍ଯ୍ୟୋଧନ ନାୟକ, ବ।ୟକ ଦିଲୁ ବାବୁ, ପାଲା କଳା କାରଙ୍କୁ ଭଲ ପାଉ ଥିବା ସ୍ୱର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ପୁତ୍ର ନିରଞ୍ଜନ ମହାରଣା ଓ ଅଞ୍ଚଲର ଅନେକ ବରିଷ୍ଠ କଳାକାର ମାନେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ସ୍ୱର୍ଗତ ଆତ୍ମା ଅଜୟ ପଲେଇଙ୍କ କାର୍ଯ୍ୟକାରିତ।, ମୃଦଙ୍ଗ ବାଦନ ଦକ୍ଷତା ଉପରେ ଅନେକ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୋଟିଏ ବର୍ଷ ମଧ୍ୟରେ, ଗୌରୀ ମଣ୍ଡଳ ଓ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ରୁଗାୟକ୍, ବ।ୟକ ପାଳିଆ ମିଶି ପାଞ୍ଚ ଜଣଙ୍କ ଦେହାନ୍ତରେ ସମସ୍ତ କଳାକାର ବନ୍ଧୁମାନେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ସଭାର ସମସ୍ତ ପରିଚାଳନା ଯୁବ ଗାୟକ ବସନ୍ତ କୁମାର ମହାରଣା କରିଥିଲେ । ସ୍ୱର୍ଗତ ଆତ୍ମା ଅଜୟ ପଲେଇଙ୍କ ଫଟୋ ଚିତ୍ରରେ, ତାଙ୍କ ପରିବାର ବର୍ଗଙ୍କ ସମେତ ସମସ୍ତ ଆତ୍ମୀୟ, ବନ୍ଧୁବର୍ଗ, ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ସଭାପତି ଅଭିଭାଷଣ ପ୍ରଦାନ କରି ସଭା ସାଙ୍ଗ କରିଥିଲେ । ସତ୍ୟନାରାୟଣ ସେବକ ତଥା ପାଲା କଳାକାରମାନେ ମଦନିଶା ସେବନରୁ ନିବୃତ୍ତ ରହିବା ପାଇଁ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ଡେଲାଙ୍ଗ ପକ୍ଷରୁ ନିବେଦନ କରାଯାଇଥିଲା ।

Leave A Reply

Your email address will not be published.