ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ହେଉଛି ପ୍ରେମ ଦିବସ । ସାରା ବିଶ୍ୱରେ ଆଜି ଖୁସିର ସହିତ ପ୍ରେମିକ ପ୍ରେମିକାମାନେ ଗୋଲାପ ଏବଂ ସ୍ଵତନ୍ତ୍ର ଉପହାର ଦେଇ ପ୍ରେମ ଦିବସକୁ ଧୁମଧାମରେ ପାଳନ କରିଥିଲେ ।
ସେପଟେ ଯୁବପିଢ଼ି ପ୍ରେମ ଦିବସକୁ ଆନନ୍ଦ ଓ ଉଲ୍ଲାସର ସହିତ ଭରପୂର ମଜା ଉଠାଉ ଥିବାବେଳେ ଆଜିର ଦିନରେ ପୁଲୱାମାରେ ସହିଦ ହୋଇଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ ଆଜି ଅପରାହ୍ନରେ ବଲାଙ୍ଗିର ନିକଟସ୍ଥ ବରକାନୀ ସୋଲାରପ୍ଲାଣ୍ଟ ଠାରେ ତହଁକ କୁଟୁମ ପକ୍ଷରୁ ମହମବତୀ ଜାଳି ଏକ ଶ୍ରଦ୍ଧାଞ୍ଜଳି ସଭା ଏବଂ ଦେଶପ୍ରେମୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ବରେ ରାଜୀବ ପ୍ରସାଦ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସବିତା ମହରା ଏବଂ କବୟିତ୍ରୀ ଧରିତ୍ରୀ ସାହୁ ଯୋଗ ଦେଇଥିଲେ । ସମସ୍ତ କାର୍ୟ୍ୟକ୍ରମକୁ ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ । ଅଞ୍ଚଳର ବହୁ କବି ଯୋଗ ଦେଇ ଦେଶପ୍ରେମୀ କବିତା ପଠନ କରିଥିଲେ । ଏହି କାର୍ୟ୍ୟକ୍ରମ କରିଥିବା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । କାର୍ୟ୍ୟକ୍ରମରେ ଶିବମ୍ ସାହୁ, ସ୍ୱାଗତ୍ ସାହୁ, ଭରତ ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କବି ଅନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।