lika

କୁଲତା ସମାଜର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସଭା

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହର୍ଡାଟାଲଠାରେ କୁଲତା ସମାଜର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସଭା କୁଲତା ସମାଜ, ହର୍ଡାଟାଲ କେନ୍ଦ୍ରର ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରାମଚଣ୍ଡି ପୀଠ, ହର୍ଡାଟାଲ କେନ୍ଦ୍ରର ସଭାଗୃହରେ ମା’ ରଣେଶ୍ୱର ରାମଚଣ୍ଡିଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ସମାଜର ଦିବଙ୍ଗତ କର୍ମକର୍ତା ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଥମେ ୩୨ଟି ଆଂଚଳିକ କେନ୍ଦ୍ରର କାର୍ଯ୍ୟ ଗୁଡିକର ସମୀକ୍ଷା କରାଯାଇ ନୂଆଖାଇଁ ଭେଟ୍‌ଘାଟ୍‌, ଦଶହରା ପୂଜା ପାଇଁ ପ୍ରସ୍ତୁତି, ମହିଳା ସଂଗଠନ ଗଠନ, ଜିଲ୍ଲାସ୍ତରୀୟ ଯୁବ ସଂଗଠନ କାର୍ଯ୍ୟପନ୍ଥା ଉପରେ ଅଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଯୁବ ସଭାପତି ଉମେଶ ଗଡତ୍ୟା, ଜିଲ୍ଲା ଯୁବ ଉପସଭାପତି ପ୍ରେମାନନ୍ଦ ସାହୁ, କାଲିଆ ସାହୁ, ସମ୍ପାଦକ, ନିରଞ୍ଜନ ଗଡତ୍ୟାଙ୍କୁ କୋଷାଧ୍ୟକ୍ଷ ଭାବରେ ସଭାରେ ମନୋନୀତ କରାଗଲା । ଏହି ବୈଠକରେ ୩୨ଟି ଆଂଚଳିକ କେନ୍ଦ୍ର ଓ ପୌରାଂଚଳର ତଥା ଜିଲ୍ଲା କର୍ମକର୍ତା ଓ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଜୟ ସିଂ ପଧାନ, ଜିଲ୍ଲା ଉପସଭାପତି, ଯୁଗ୍ମ ସମ୍ପାଦକ ମହେନ୍ଦ୍ର ପଧାନ, କ୍ଷମାନିଧି ଭୋଇ, ସମ୍ପାଦକ ମଧୁସୂଦନ ନାଏକ, ରବିନ୍ଦ୍ର କୁମାର ପଧାନ, ବିଦେଶୀ ପଧାନ, ସଞ୍ଜୟ ଗଡତ୍ୟା, ତରଣୀ ପଧାନ, ରାଜେନ୍ଦ୍ର ନାରାୟଣ ପାତ୍ର, ଟଙ୍କଧର ଗଡତ୍ୟା, ପ୍ରେମାନନ୍ଦ ଭୋଇ, ସୁଶିଲ ଭୋଇ, ଘନଶ୍ୟାମ ଭୋଇ ଏବଂ ଶତାଧିକ କୁଲତା ସମାଜର ଭାଇ ଭଉଣୀ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.