oum

ବୋଡାସମ୍ବର ଜମିଦାର ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ଶ୍ରଦ୍ଧାଞ୍ଜଳି ସଭା : ସ୍ମୃତି କମିଟି ଗଠିତ

jsm

ପଦ୍ମପୁର (ନିରୋଜ କୁମାର ପାଣୀ) : ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବୋଡାସମ୍ବର ଜମିଦାର ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହା (ଯୁବରାଜ)ଙ୍କ ଶ୍ରଦ୍ଧାଞ୍ଜଳି ସଭା ବୋଡାସମ୍ବର ଜମିଦାରର ଖମାର ଭେଙ୍ଗରାଜପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବରାଜଙ୍କ ସାନ ପୁଅ ତଥା ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ଆହ୍ୱାନରେ ଡକା ଯାଇଥିବା ଏହି ଶ୍ରଦ୍ଧାଞ୍ଜଳି ସଭାରେ ବୋଡାସମ୍ବର ରାଜ ପରିବାର ସହ ସଂପର୍କ ଥିବା ଅନେକ ବ୍ୟକ୍ତି ବିଶେଷ, ଝାରବନ୍ଧ, ନୂଆପଡା, ଘନାମାଲ, ଜାମସେଠ, ଖମାର ଗାଁର ପ୍ରତିନିଧି ମଣ୍ଡଳୀ, ନିର୍ବାଚନ ଜନ ପ୍ରତିନିଧି, ସାମ୍ବାଦିକ, ଛତିଶଗଡ଼ ରାଜ୍ୟର ଅନେକ ଜମିଦାର ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ । ଜମିଦାର ପରିବାରର ପୁରୋହିତ ରାଜଗୁରୁ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ସର୍ବ ପ୍ରଥମେ ମନ୍ତ୍ର ଉଚ୍ଚାରଣ କରି ଦୀପ ପ୍ରଜ୍ୱଳନ କରିବା ପରେ ଉପସ୍ଥିତ ଜନସାଧାରଣ ସ୍ୱର୍ଗତ ବରିହାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୀତବାସ ସାହୁଙ୍କ ସଂଚାଳନରେ ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭ ହୋଇଥିଲା । ବକ୍ତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବୋଡାସମ୍ବର ଜମିଦାର ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଦୀର୍ଘ ଦିନ ଧରି ପଦ୍ମପୁରର ବିଧାୟକ ଓ ହରେକୃଷ୍ଣ ମହତାବଙ୍କର ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଭାବେ ସ୍ୱର୍ଗତ ବରିହା ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବା ସହ ତାଙ୍କ ସମୟରେ ପଦ୍ମପୁର ଅଞ୍ଚଳର ଅନେକ ବିକାଶମୂଳକ କାର୍ଯ୍ୟ ସମ୍ଭବ ହୋଇ ପାରିଥିଲା ବୋଲି ବକ୍ତାମାନେ ମତ ଦେଇଥିଲେ । ସ୍ୱର୍ଗତ ଜମିଦାରଙ୍କ ଜମି ଉପରେ ପଦ୍ମପୁର ସବ ଡିଭିଜନ ହସ୍ପିଟାଲ, ଝାରବନ୍ଧ ବ୍ଲକ ଓ ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି ବୋଲି ଜମିଦାରଙ୍କ ବଂଶଜ ଜବାହର ଲାଲ ସିଂହ ବରିହା ମତବ୍ୟକ୍ତ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଛତିଶଗଡ଼ କଲ୍ୟାଣ ସିଂହ ବରିହା, ଜଗଦିଶ ସାହୁ, ମାନଭଞ୍ଜନ ବେହେରା, ଗୋବିନ୍ଦ ପଟେଲ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ରାଜ କିଶୋର ସାହୁ, ତ୍ରିଲୋଚନ ବରିହା, ଗୋପାଳ ବରିହା, ନୃପରାଜ ପାଣ୍ତେ, ପ୍ରକାଶ ନାଗ, ଡା. ମୋହନ ନାଏକ, ବଳରାମ ସାହୁ, ଶ୍ରୀମତୀ ଝରଣା ପାଣିଗ୍ରାହୀ, ସରସ୍ଵତୀ ସାହୁ ମତାମତ ରଖିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସ୍ମୃତି ସଭାରେ ଆଗତ କରିଥିବା ପ୍ରସ୍ତାବ ନୃସିଂହନାଥ ପୀଠରେ ପ୍ରତିମୂର୍ତ୍ତି ସ୍ଥାପନ, ସ୍ମରଣିକା ପ୍ରକାଶ, ସ୍ମୃତି କମିଟି ଗଠନକୁ ସଭାରେ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସ୍ୱର୍ଗତ ଯୁବରାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ ପାଇଁ ଏକ ଅଁଳା ବୃକ୍ଷ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ରାହାସ ବିହାରୀ ସାହୁ, ଧୀରେନ ମହାନ୍ତି, ଦିଲ୍ଲୀପ ବେହେରା, ସୁରେଶ ପ୍ରଧାନ ଓ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ ଶତପଥୀ ଜମିଦାର ପରିବାରଙ୍କୁ ଅର୍ପଣ କରିଥିଲେ । ୨୧ ଜଣ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ‘ଯୁବରାଜ ବୀର ବିକ୍ରମାଦିତ୍ୟ ସିଂହ ବରିହା’ ସ୍ମୃତି କମିଟି ଗଠନ କରାଯାଇଥିଲା । ଜମିଦାରଙ୍କ ବଡ ପୁଅ ପ୍ରତାପ କେଶରୀ ସିଂହ ବରିହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.