ଧର୍ମ ପରାୟଣା ମହିଳାଙ୍କ ପ୍ରଥମ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରିୟ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଧର୍ମପତ୍ନୀ ଶାନ୍ତିଲତା ପାତ୍ରଙ୍କ ସ୍ମୃତିଚାରଣ ସଭା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତା ପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ପୂର୍ଣ୍ଣ ଜେନା ଗ୍ର୍ରୁପର ସଦସ୍ୟ ତଥା ଅନ୍ଧ ପିଲାମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାତ୍ର ପରିବାରର ସମସ୍ତ ସଭ୍ୟଙ୍କ ବ୍ୟତୀତ ସମାଜସେବୀ, କବି, ସାମ୍ବାଦିକ, ଶିକ୍ଷାବିତ ପ୍ରମୁଖ ଯୋଗଦେଇ ଥିଲେ ।

Leave A Reply

Your email address will not be published.

error: Content is protected !!