om academy

କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ସମ୍ବର୍ଦ୍ଧନା ସଭା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ଆଜି ବୁଧବାର ଦିନ ପାଇକମାଲ ବ୍ଲକ ମାଣ୍ତୋସିଲ ପଞ୍ଚାୟତ ଭୂତମୁଣ୍ତା ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ଭ୍ରମରାଜ ପଟେଲ (ପିତା – ଲମ୍ବୋଦର ପଟେଲଙ୍କ ତୃତୀୟ ପୁତ୍ର) ୨୦୧୬ ଓଏସ୍‌ଏସ୍‌ସି ପରୀକ୍ଷାରେ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ଏକ ମାନପତ୍ର, ଉପଢୌକନ ପ୍ରଦାନ କରିଥିଲେ । ବୁତୀମାଲ ସର୍କଲ ସଭାପତି ଅଲେଖ ପଟେଲ, ପଦ୍ମପୁର ବ୍ଲକ ସଭାପତି ଡୋଲାମଣି ପଟେଲ, ଧୂମାଭଟା ଅଞ୍ଚଳ ସଭାପତି ଲଳିତ ପଟେଲଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି । ସମାଜରେ ଶିକ୍ଷାର ପ୍ରଚାର ଏବଂ ତାର ମୂଲ୍ୟକୁ ଭବିଷ୍ୟତ ପିଢି ବୁଝିବ ବୋଲି ଏବଂ ଭବିଷ୍ୟତରେ ସମାଜରେ ଯେଉଁ ମାନେ ସମାଜ ପ୍ରତି ସମର୍ପିତ ତାଙ୍କୁ ସମ୍ବର୍ଦ୍ଧିତ କରାଯିବାର ବକ୍ତାମାନେ ମତ ପ୍ରକାଶ କରିଥିଲେ । ଭ୍ରମରାଜ ପଟେଲଙ୍କ କଠୋର ସାଧନାର ଫଳ ଆଜିର ସମାଜ ପାଇଁ ଗର୍ବ ଓ ଗୌରବ ଅଟେ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସଭାପତି ଭୀଷ୍ମଦେବ ପଟେଲ, ଉପ ସଭାପତି ସୁବଳ ପଟେଲ, ସଂପାଦକ ଶାନ୍ତନୁ ପଟେଲ, ସହ ସଂପାଦକ ସନ୍ତୋଷ ପଟେଲ, ଅଶ୍ବିନୀ ପଟେଲ, ସଂପାଦକ ସନ୍ତୋଷ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.