ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଚଞ୍ଚରାପଡା ଠାରେ, ଜୟପାଟଣା ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘ ତରଫରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ଅନିଲ କୁମାର ପଟ୍ଟନାଏକଙ୍କ ଆବାହକତ୍ୱରେ ବହୁସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭା ସଙ୍ଘ ସଭାପତି ଅନିଲ କୁମାର ପଟ୍ଟନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବି.ଇ.ଓ ପ୍ରେମନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ଏକ୍ସ କ୍ୟାଡର ସଙ୍ଘ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା, ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ଏ.ବି.ଇ.ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ, ଅବସର ପ୍ରାପ୍ତ ବି.ଆର୍‌.ସି.ସି. ସୁରେନ୍ଦ୍ର ମୋହନ ଯୋଶୀ, ଅବସରପ୍ରାପ୍ତ ଶିକ୍ଷକ ଲାଲମୋହନ ଶବର, ଟୁନୁ ପ୍ରସାଦ ଦାସ, ଯୋଗ ଦେଇଥିଲେ । ହସକାନ୍ଦର ପରିବେଶ ମଧ୍ୟରେ ବିଦାୟୀ ବି.ଆର୍‌.ସି.ସି ଓ ଦୁଇଜଣ ଶିକ୍ଷକଙ୍କ ଚାକିରୀ କାଳମଧ୍ୟରେ ସହନୁଭାଗିତା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତମାନଙ୍କୁ ନେଇ ଏକ ମନ ଏକ ପ୍ରାଣ ହୋଇ ବାନ୍ଧି ରହିଥିବା ସ୍ମୃତିକୁ ମନ୍ଥନ କରିବାର ଦୃଶ୍ୟ ଯେତିକି ଆନନ୍ଦ ଦେଇଥିଲା ସେତିକି ଦୁଃଖର ପରିବେଶ ମଧ୍ୟ ସୃଷ୍ଟି କରିଥିଲା । ପ୍ରତ୍ୟେକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ପରେ ବିଦାୟୀ ବନ୍ଧୁ, ସହଯୋଗୀଙ୍କୁ ସ୍ୱତନ୍ତ୍ର ଆସନରେ ଅଳଙ୍କୃତ କରାଇ ସସମ୍ମାନର ସହ ଉପଢୌକନ, ଉପହାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଉପେନ୍ଦ୍ର ଯୋଶୀ, ଅରୁଣ ସାହୁ, ସୁରଥ କୁମାର ପଣ୍ଡା, ଭାରତ ବନ୍ଧୁ ମୁଣ୍ଡ, ଅରୁଣ ସାହୁ, ଜଗଦୀଶ ପାନ, ଜିତେନ୍ଦ୍ର ବିଶି, ଚତୁର୍ଭୁଜ ଦଳପତି, ସବିତା ପଟ୍ଟନାଏକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ବି.ଆର୍‌.ସି.ସି ଏବଂ ଦୁଇଜଣ ଶିକ୍ଷକ ବନ୍ଧୁଙ୍କ ଅବସରକାଳୀନ ସମୟ ନିଜ ପରିବାର ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନଙ୍କ ସହ ସୁଖରେ ବିତୁ ବୋଲି ଭଗବାନ ଗଣେଶଙ୍କ ନିକଟରେ ଆଶ୍ରିବାଦ ଭିକ୍ଷା କରିଥିଲେ । ସମ୍ପାଦକ ଆଦିତ୍ୟ ଖମାରି ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତୀ ଅନିଲ କୁମାର ପଟ୍ଟନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.