ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ରଣଜିତପୁର ଠାରେ ଦୁଇଜଣ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅଧିକ୍ଷକ ଶରତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚିକିତ୍ସାଳୟର ପୂର୍ବତନ ଅଧିକ୍ଷକ ପ୍ରଦୀପ କୁମାର ଦୋରା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଚିକିତ୍ସାଳୟର ପୂର୍ବତନ ଅଧ୍ୟକ୍ଷକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଡା. ମାନଭଞ୍ଜନ ପଣ୍ତା, ମାତୃପ୍ରସାଦ ରଥ ଯୋଗଦେଇ ଅବସର ନେଉଥିବା ସୌକିଲାଲ ସେଠ ଓ ଦୁର୍ଯ୍ୟୋଧନ ସେଠଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରିଥିଲେ । ଅବସର ନେଉଥିବା ଦୁଇ ଶ୍ରୀ ସେଠଙ୍କୁ ଅତିଥିମାନେ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସଭାରେ ଲେବିଆ ସାଗର ସଭା ପରିଚାଳନା କରିଥିବା ବେଳେ ଡା. ଅଜିତ କୁମାର ଦର୍ଜୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡା. ଶ୍ରୀକାନ୍ତ ନାଗ, ଡା. ସ୍ୱାଗତିକା ପ୍ରଧାନ, ମୁରଲି ବାଗ, ବିଶ୍ୱନାଥ ପ୍ରଧାନ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶେଷରେ ଡା. ଶ୍ରୀକାନ୍ତ ରାଉତ ଧନ୍ୟବାଦ ଦେଇଥିଲେ ।
Next Post