ନାରାୟଣ ଚନ୍ଦ୍ର ରାଉତଙ୍କ ସ୍ମୃତି ଚାରଣ ସଭା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ସମାଜସେବୀ, ସଂଗଠକ ନାରାୟଣ ଚନ୍ଦ୍ର ରାଉତଙ୍କ ୨୪ତମ ସ୍ମୃତି ଚାରଣ ସଭା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାନ୍ଦବାଲି ବିଜୁ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ନାରାୟଣ ଚନ୍ଦ୍ର ରାଉତ ସ୍ମୃତି ସଂସଦ ରାଉରକେଲା ଓ ଚାନ୍ଦବାଲି ବିକାଶ ପରିଷଦ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା ବରିଷ୍ଠ ସାହିତ୍ୟିକ ତଥା କବି ବଂଶୀଧର ଭୋଇ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡଃ. ବ୍ୟେମକେଶ ରାୟ, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଞ୍ଚାନନ ପଲେଇ, ପ୍ରାକ୍ତନ ଶିକ୍ଷକ ରାମକୃଷ୍ଣ ସାମଲ ଓ ପରିଷଦର ସାଧାରଣ ସମ୍ପାଦକ ମହେଶ୍ୱର ବଳ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଶଶଧର ପାତ୍ର, ନିତ୍ୟାନନ୍ଦ ବିଶ୍ୱାଳ, ଉପେନ୍ଦ୍ର କୁମାର ନାୟକ, ଶମ୍ଭୁନାଥ ପରିଡା, କାହ୍ନୁଚରଣ ବେହେରା, ବୈଲୋଚନ ଜେନା, ଲକ୍ଷ୍ମୀଧର ରାଉତ, ଗୟାଧର ଖୁଣ୍ଟିଆ, ପ୍ରତାପ ଧଳ, ଅକ୍ଷୟ ଦାସ, ଭାବଗ୍ରାହୀ ନାୟକ, ସବିତା ରାଣୀ ବେହେରା, ମୂରଲୀଧର ପରିଡା, ଉମାଶଙ୍କର ପତି, ଅଞ୍ଜନା ପତି, ଶୀତଳ କୁମାର ବେହେରା, ତରୁଣ ସୂତାର ପ୍ରମୁଖ ଓ କାର୍ଯ୍ୟକ୍ରମର ସଂଯୋଜକ ଭାବେ ଆଇନଜୀବୀ ଉପେନ୍ଦ୍ର ରାଉଳ, ଗୌରହରି ନାୟକ ଓ ମୁଖ୍ୟ ସଂଯୋଜକ ଭାବେ ଇଂ ଅଭୟ ସୂତାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ ରାୟ ନାରାୟଣଙ୍କ ସମ୍ପର୍କରେ ମତ ରଖି କହିଲେ ଯେ, ସେ ନିଜର ପରିବାରକୁ ଅବହେଳା କରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତଥା ଜଣେ ଶ୍ରମିକ ନେତା ତଥା ସଂଗଠନ ପ୍ରତି ପ୍ରତିବଦ୍ଧତା, ଚାନ୍ଦବାଲି ପ୍ରତି ମମତ୍ୱବୋଧ, ରାଉରକେଲା ଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ଅନେକ ସ୍ମୃତି ଛାଡ଼ି ଯାଇଛନ୍ତି । ଗରିବ ଅସହାୟ ଲୋକଙ୍କ ପ୍ରତି ସାମାଜିକ ପ୍ରତିବଦ୍ଧତା ଓ ଚାନ୍ଦବାଲିର ବିକାଶ ପାଇଁ ତଥା ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ଵ ଭାବେ ସେ ସବୁଠାରେ ଆଦୃତ । ବିଶିଷ୍ଟ ଅତିଥି ଶ୍ରୀ ପଲେଇ ଓ ଶ୍ରୀ ସାମଲ ସ୍ୱର୍ଗତ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କୁ ପଢାଇଥିବା ତଥା ତାଙ୍କ ସହ ବିତାଇଥିବା ମୁହୁର୍ତ୍ତର ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସମ୍ମାନିତ ଅତିଥି କୁଞ୍ଜବିହାରୀ ରାଉତ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଆବାହକ ତଥା ଚାନ୍ଦବାଲି ବିକାଶ ପରିଷଦର ସଭାପତି ନିରୋଦ କୁମାର ରାଉତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସ୍ୱର୍ଗତ ରାଉତଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ସମସ୍ତ ଅତିଥି କବିତା ଓ ବିଭିନ୍ନ ମତ ରଖି ସ୍ୱର୍ଗତ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟତମ ସଂଯୋଜକ ଗୌରହରି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ସବିତା ରାଣୀ ବେହେରା, ବିଶିଷ୍ଟ ଗୀତିକାର ହରିବନ୍ଧୁ ମଙ୍ଗରାଜ, ସୁଶାନ୍ତ କୁମାର ନାୟକ, ମନୋଜ ଭୋଳ, ଇଂ ଅଭୟ ସୂତାର, ପ୍ରଫୁଲ୍ଲ କୁମାର ଦାସ, ସୁରୁଚି ପ୍ରଧାନ ଦାସ, ସୁଶ୍ରୀ ସଞ୍ଜୁକ୍ତା ଭାରତୀଙ୍କ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ, ସମସ୍ତ ସଂଯୋଜକଙ୍କ ସମେତ ରାଜ୍ୟର ବହୁ କବି ସ୍ୱରଚିତ କବିତାମାନ ପାଠ କରିଥିଲେ । କବିତା ପାଠ କରିଥିବା ସମସ୍ତ କବିଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ସେହିପରି ପ୍ରାତଃ ସମୟରେ ଚାନ୍ଦବାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଚାନ୍ଦବାଲି ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତା ଯୋଗଦେଇ ବିଦ୍ୟାଳୟ ପରିସର, ଡାକ୍ତରଖାନା, ମାର୍କେଟ ଆଦି ସଫେଇ କରିବା ସହ ପ୍ଲା କାର୍ଡ ଧରି ଅଞ୍ଚଳରେ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଏହି ଅବସରରେ ବାବା ସନାତନ ଭଜନ ସନ୍ଧ୍ୟା ଅନୁଷ୍ଠାନ ତରଫରୁ ଭଜନ ପରିବେଷଣ କରାଯାଇଥିଲା ବେଳେ ସ୍ମରଣିକା ସ୍ମୃତି ଭାବନାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିନୋଦ କୁମାର ରାଉତ, କ୍ଷୀରୋଦ କୁମାର ରାଉତ, ପ୍ରମୋଦ କୁମାର ରାଉତ, ମନୋଜ କୁମାର ରାଉତ, ଭବାନୀ ନାୟକ, ଉଜ୍ଜ୍ୱଳ ନାୟକ, ଶଶଧର ପାତ୍ର, ସୁବାସ ନାୟକ, ଜଗନ୍ନାଥ ରାଉତ, ଶମ୍ଭୁନାଥ ପରିଡା, ଗୋଲକ ରାଉତ, ଉପେନ୍ଦ୍ର ନାୟକଙ୍କ ସମେତ ପରିଷଦର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବାରୁ ଆବାହକ ତଥା ପରିଷଦର ସଭାପତି ନିରୋଦ କୁମାର ରାଉତ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.