ସେବିକାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟରତ ସେବିକା ଶ୍ରୀମତୀ କୁମୁଦିନୀ ମହାନ୍ତିଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତି ପୃଥ୍ୱୀରାଜ ସାହୁ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଟୈତନ୍ୟ ଭୋଇ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ବିଦ୍ଵତ୍ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ରାଷ୍ଟ୍ରୀୟ ଚେତନା ବିଷୟରେ ଆଲୋକପାତ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଭକ୍ତଚରଣ ସାହୁ, ଜୟନାରାୟଣ ତ୍ରିପାଠୀ, ସଂକୁଳ ପ୍ରମୁଖ ଦ୍ଵାଦଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ଅବସର ନେଉଥିବା ଶ୍ରୀମତୀ କୁମୁଦିନୀ ମହାନ୍ତିଙ୍କୁ ସମୟାନୁବର୍ତ୍ତିତା, ସ୍ନେହ ବତ୍ସଳତା ଆଦି ଅନେକ ସୁଗୁଣ ଉପରେ ଆଲୋକପାତ କରିଥଲେ । ପରେ ପରେ ପରିଚାଳନା ସମିତି, ପୂର୍ବ ଛାତ୍ର ସଂସଦ, ମାତୃ ଭାରତୀ, ଶିଶୁ ବିଦ୍ୟାମନ୍ଦିର ସହକର୍ମୀ, ଗୁରୁଜୀ ଗୁରୁମାଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶେଷରେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ ଗୁରୁଜୀ ଗୁରୁମା ଶୋଭାଯାତ୍ରାରେ କୁମୁଦିନୀଙ୍କ ଘରକୁ ଯାଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.