ରାଉରକେଲା, (କେପିଏନ୍ଏସ୍) : ଇସ୍ପାତ ସହରର ସେକ୍ଟର-୨୦ ପମ୍ପ ହାଉସ୍ ନିକଟସ୍ଥ ପାହାଡ଼ ଉପରେଥିବା ବାବା ଜଳେଶ୍ୱର ମନ୍ଦିରରେ ସ୍ୱର୍ଗତଃ ସମାଜସେବୀ ରମେଶ ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତଃ ରମେଶ ପାତ୍ରଙ୍କ କନ୍ୟା ରଶ୍ମିତା ମାଝୀ ଏବଂ ଜ୍ୱାଇଁ ପ୍ରଶାନ୍ତ କୁମାର ମାଝୀଙ୍କ ସମେତ ରବିନ୍ଦ୍ର କୁମାର ନାୟକ, ଜଗବନ୍ଧୁ ଗାୟନ, ସନ୍ତୋଷ ପ୍ରଧାନ, ଅବିନାଶ ପୁହାଣ, ଅମୀୟ କୁମାର ମହାରଣା, ଦିଲୀପ ଶର୍ମା, ସସ୍ମିତା ଦାସ, କେ. ଲକ୍ଷ୍ମୀ, ଶୈଳେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ରମେଶ ପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତଃ ରମେଶ ପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଅବସରରେ ବାବା ଜଳେଶ୍ୱର ମନ୍ଦିର ପରିସରରେ ଏକ ଭୋଜିର ଆୟୋଜନ କରାଯାଇଥିଲା । ସ୍ୱର୍ଗତଃ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶତାଧିକ ପମ୍ପ ହାଉସ୍ ଏବଂ ଆଖପାଖ ଅଞ୍ଚଳର ଲୋକ ଏଥିରେ ପ୍ରସାଦ ସେବନ କରିଥିଲେ ।