ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ପ୍ରାଥମିକ ଶିକ୍ଷକ ସଙ୍ଘ ଏକ୍ସ କେଡର ବ୍ଲକ ଜୟପାଟଣା ତରଫରୁ, ଚଞ୍ଚରା ପଡାଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ଏକ୍ସ କେଡର ଶିକ୍ଷକ ରାହାସ ବିହାରୀ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇ ଥିବାବେଳେ, ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭା ସଙ୍ଘ ସଭାପତି ଅନିଲ କୁମାର ପଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଏକ୍ସ କେଡର ରାଜ୍ୟ ସଭାପତି ଜୟନ୍ତୀ ଲାଲ ସାହୁ, ମୁଖ୍ୟବକ୍ତା ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ରାଜ୍ୟ ସମ୍ପାଦକ ହନେସ ପାତ୍ର ବାଗ, ଜିଲ୍ଲାସଭାପତି ସୁବ୍ରତ ଦଣ୍ଡସେନା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ସାହୁ, କୋକସରା ବ୍ଲକ ସଭାପତି ଈଶ୍ୱରୀ ପ୍ରସାଦ ଅଗସ୍ତି, ଧର୍ମଗଡ ବ୍ଲକ ସଭାପତି ଲଳିତ ନାଏକ, ଭବାନୀପାଟଣା ସଦର ବ୍ଲକ ସଭାପତି ଦାମୋଦର ଚନ୍ଦନ, ନର୍ଲା ବ୍ଲକ ସଭାପତିଉଗ୍ରେସନ ସାହୁ, ଯୋଗଦେଇଥିଲେ । ଦୀର୍ଘଦିନ ଧରି ଚାକିରୀ କାଳ ମଧ୍ୟରେ ଶିକ୍ଷକତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମସ୍ତଙ୍କୁ ଆପଣାର କରି ନେଇଥିବା ଶିକ୍ଷକ ରାହାସ ବିହାରୀ ସାହୁଙ୍କ ଅବସର କାଳୀନ ସଭା ଏକ ହସ କାନ୍ଦ ର ମାହୋଲ ସୃଷ୍ଟି କରିଥିଲା । ବିଦାୟୀ ଶିକ୍ଷକ ଙ୍କ ଅବଶିଷ୍ଟ ସମୟ ହସଖୁସିର ସହ ପରିବାରବର୍ଗ, ଆତ୍ମୀୟ ସ୍ୱଜ୍ଜନଙ୍କ ସହ ବିତୁଥାଉ ବୋଲି ମଂଚାସୀନ ଅତିଥିମାନେ ଭଗବାନଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ । ରାହାସ ଆଜ୍ଞାଙ୍କୁ ସସମ୍ମାନର ସହ ଆସନ ଅଳଙ୍କୃତ କରେଇ ମାନ ପତ୍ର ସହ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଏକ୍ସ କେଡର ପ୍ରଧାନ ଶିକ୍ଷକ ସୁରତ ରଞ୍ଜନ ପଣ୍ଡା ବାନେର ୟୁ. ପି. ଏସ., ପ୍ରଧାନ ଶିକ୍ଷକ ପ୍ରକାଶ ଖମାରି ଲାଖ ବାହାଲି ୟୁ. ପି. ଏସ, ପ୍ରଶାନ୍ତ ଭାଟି, ଜିତେନ୍ଦ୍ର ବିଶି, ନିଶାନ୍ତ ଦାସ, ସୁନୀଲ ସିଙ୍ଗ, ବେଣୁଧର ନାୟକ, ଅରୁଣ ପଟନାୟକ, ସୁନ୍ଦର ମଣି ଦୁର୍ଗା, ଜୟମଲ ରାଉତ, ଶିକ୍ଷୟତ୍ରୀ ଅମିତା ପଣ୍ଡା, ସଂଗୀତା ବେହେରା, ଭୂମିସୁତା ନାଏକ, ଜ୍ୟୋତିର୍ମୟୀ ପଣ୍ଡା, ପ୍ରମୋଦିନୀ ପଣ୍ଡା, ଲଳିତାସିଂ, ସରିତା ପଟନାୟକ, ସକ୍ରିୟ ସହଯୋଗ କରିଥିଲେ । ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ଏକ୍ସ କେଡର ଶିକ୍ଷକ ଆଦିତ୍ୟ କୁମାର ଖମାରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ, ବ୍ଲକ ସଭାପତି ଅନିଲ କୁମାର ପଟନାୟକ ମଞ୍ଚପରିଚାଳନା କରିଥିଲେ । ସଭା ଶେଷରେ ଶିକ୍ଷକ ଜଗଦିଶ ପାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.