ବଲାଙ୍ଗିର, (କେପିଏନ୍ଏସ୍) : ଗତ ୩୦ ତାରିଖ ଦିନ କେନ୍ଦ୍ର ଉପାସନାଳୟସ୍ଥିତ ଲାଇବ୍ରୋରୀ ହଲ୍ ଠାରେ ସେଣ୍ଟ୍ରାଲ୍ ଚର୍ଚ୍ଚ କମିଟିର ବାର୍ଷିକ ସଭା ଆ. ନିମୁଏଲ୍ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଦାୟୀ ସଂପାଦକ କୁଲଦୀପ ବାଗ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ବାରିକ ବିଗତ ଦିନର କାର୍ୟ୍ୟର ବିବରଣୀ ଉପସ୍ଥାପନ କରିଥିଲେ । ଉପସ୍ଥିତ ସଭ୍ୟସଭ୍ୟାମାନେ ଆଗାମୀ ସମୟରେ ସମାଜ ଓ ମଣ୍ଡଳୀର ଅଭିବୃଦ୍ଧି ନିମନ୍ତେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ଆଲୋଚନା କରି ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଚଳିତ ବର୍ଷ ନିମନ୍ତେ ସଚ୍ଚିଦାନନ୍ଦ ହନୁମାନ ସଂପାଦକ ଓ ହୁସେନ ନାଗ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ । ସଭା ଶେଷରେ ସଂପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସେଣ୍ଟ୍ରାଲ୍ ଚର୍ଚ୍ଚ କମିଟିର ସମସ୍ତ ପାଳକ ଓ ମଣ୍ଡଳୀ ତଥା ପାଷ୍ଟେରେଟ ଗୁଡ଼ିକର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
