oom

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ସଭାପତିତ୍ୱ କରିଥିଲା ବେଳେ ଅଧ୍ୟାପିକା ନିରୁପମା ପ୍ରଧାନ ସଭା ପରଚାଳନା କରିଥିଲେ । ମୁଖ୍ୟ ଅତିଥି ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଅଗ୍ରୱାଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନନ୍ଦଲାଲ ନାୟକ, ଏବିଓ ରାଧେଶ୍ୟମ ମେହେର, ପ୍ରକୁତି ବନ୍ଧୁ ବଡ ଶତପଥୀ ଯୋଗ ଦେଇଥିଲେ । ଓଡିଆ ବିଭାଗର ଅଧ୍ୟାପିକା ରଞ୍ଜିତା ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ଜୟଦେବ ପ୍ରଧାନ, ସୁନିଲ ପ୍ରଧାନ, ରାଧାକାନ୍ତ ପୁରୋହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥଇଥାନ ଭୋଇ, ମଳୟ ବିଶ୍ୱାଳ, ଦିବ୍ୟାଙ୍ଗା ଭୋଇ ବିଦାୟ ଶିକ୍ଷକ ମିନକେତନ ବେହେରାଙ୍କ ଶିକ୍ଷା ଜିବନ ଉପରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ବିଦାୟୀ ଶିକ୍ଷକ ଶ୍ରୀ ବେହେରାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅଧ୍ୟାପିକା ସବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.