oom

କୁଲତା ସମାଜ କଲ୍ୟାଣ ସଙ୍ଗଠନ ପକ୍ଷରୁ ଦେବରାଜ ପ୍ରଧାନଙ୍କ ସ୍ମୃତି ସଭା

jsmm

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : କୁଲତା ସମାଜ କଲ୍ୟାଣ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ପାନ୍ଥନିବାସ ପରିସରରେ ବିଶିଷ୍ଟ ପ୍ରତ୍ନତତ୍ତ୍ବବିତ, ଐତିହାସିକ ତଥା ରାଜ୍ୟ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ଦେବରାଜ ପ୍ରଧାନଙ୍କର ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଅନୁଷ୍ଠାନର ଉପଦେଷ୍ଟା ଜଗଦୀଶ ପ୍ରଧାନ, ମୁଖ୍ୟ ପୃଷ୍ଠପୋଷକ ଡକ୍ଟର ତ୍ରିବିକ୍ରମ ପ୍ରଧାନ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଅର୍ଜୁନ ସାହୁ ‌ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ । ବରଗଡ଼ ଜିଲ୍ଲା ରୋହିଣିଆରେ ଜନ୍ମିତ ଶ୍ରୀ ପ୍ରଧାନ ପିଲାଦିନରୁ ଇତିହାସ ସମ୍ବନ୍ଧରେ ଜାଣିବାକୁ ଆଗ୍ରହୀ ଥିଲେ । ସେ ଯାଜପୁର ଜିଲ୍ଲାର ଲାଙ୍ଗୁଡ଼ି ପାହାଡ଼ରୁ ଅଶୋକଙ୍କ ଶିଳାଲିପି ଆବିଷ୍କାର କରିଥିଲେ । ତାଙ୍କ ଗବେଷଣାତ୍ମକ ନିବନ୍ଧଗୁଡ଼ିକ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚିତ ବୋଲି ଅତିଥିମାନେ ମତ ଦେଇଥିଲେ । ଭୁବନେଶ୍ୱରରେ କୁଲତା ସଙ୍ଗଠନ ଗଢ଼ିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା ଏବଂ ସେ ଉପଦେଷ୍ଟା ମଧ୍ୟ ଥିଲେ । କୁଲତା ସମାଜ କଲ୍ୟାଣ ସଙ୍ଗଠନର ସଭାପତି ସୁଶାନ୍ତ କୁମାର ପ୍ରଧାନ, ସଂପାଦକ ମହେନ୍ଦ୍ର କୁମାର ବଢ଼େଇ, ଉପସଭାପତି ସୁରେନ୍ଦ୍ର କୁମାର ପ୍ରଧାନ, ସହ ସଂପାଦକ ଜୟଜଗତ ସାହୁ, କ୍ଷେତ୍ରବାସୀ ନାଏକ, ସୁନୀଲ କୁମାର ପ୍ରଧାନ, ତୀର୍ଥବାସୀ ସାହୁ, ସିମରନ ସାହୁ, ପଙ୍କଜ ସାହୁ, ଶଙ୍କର ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଭା ପ୍ରାରମ୍ଭରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଗତ ୧୨ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଚକିତ୍ସାଧୀନ ଅବସ୍ଥାରେ ଶ୍ରୀ ପ୍ରଧାନଙ୍କର ଦେହାନ୍ତ ହୋଇଥିଲା ।

jittmm
Leave A Reply

Your email address will not be published.