ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ପଥପ୍ରାନ୍ତ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଏବଂ ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ସମ୍ବିଧାନ ବଞ୍ଚାଓ କାର୍ଯ୍ୟକ୍ରମ ବିଭିନ୍ନ ହାଟ, ବଜାର ଓ ମୁଖ୍ର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ସେଥିମଧ୍ୟରେ ସେକ୍ଟର-୧୯ ମୁଣ୍ଡା ବଜାର, ଛେଣ୍ଡଭି ଏସ୍ ଏସ୍ ମାର୍କେଟ୍, ବନ୍ଧମୁଣ୍ଡା ଏତୱାରୀ ହାଟ, ବନ୍ଧମୁଣ୍ଡା ଡିଜେଲ ଛକ, ଟ୍ରାଫିକ୍ ଛକ ଓ ମେନ୍ ରୋଡର ଗଣେଶ ଛକଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଥପ୍ରାନ୍ତ ସଭାରେ ରାଉରକେଲା କଂଗ୍ରେସ ସଭାପତି ରବି ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମ୍ବିଧାନ ବଞ୍ଚିଲେ ଦେଶ ବଞ୍ଚିବ । ବିଜେପି ସରକାର ସମ୍ବିଧାନକୁ ହତ୍ୟ କରିବାକୁ ବସିଛି । ବିରୋଧି ଦଳ ନେତା ତଥା କଂଗ୍ରେସର ନେତା ରାହୁଲ ଗାନ୍ଧୀ ୧୪୦ କୋଟି ଦେଶବାସୀଙ୍କ ପାଇଁ ସମ୍ବିଧାନ ବଞ୍ଚାଇବା ପାଇଁ ରାଜରାସ୍ତାରେ ଅଛନ୍ତି । ଏହି ପଥପ୍ରାନ୍ତ ସଭାରେ କଂଗ୍ରେସର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ଉଦବୋଧନ ଦେଇଥିଲେ । ନେତାମାନଙ୍କ ମଧ୍ୟରେ ଦେବବ୍ରତ ବିହାରୀ, ସବୀର ହୁସେନ, ଗଣେଶ ପ୍ରଧାନ, ଜ୍ଞାନେନ୍ଦ୍ର ଦାସ, ପ୍ରବୋଧ ଦାସ, ଆଶିଷ ମହାନ୍ତି, ଧୁସା ନାୟକ, ପ୍ରଫୁଲ୍ଲ ପ୍ରଧାନ, ସର୍ବେସ ସିଂ, ମନୁ ସାମଲ, ରଘୁ ଦାସ, ଦିବାକର ଦୀପ୍, ଡେଭିଡ୍ ରାଓ ପ୍ରମୁଖ ଉଦବୋଧନ ଦେଇ ପ୍ରଚାରପତ୍ର ବଣ୍ଟନ କରିଥିଲେ ।

Leave A Reply

Your email address will not be published.