
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଉଣ୍ଟଆବୁ ରାଜସ୍ଥାନର ମୁଖ୍ୟ ପ୍ରଶାସିକା ଦାଦି ରତନ ମୋହିନୀଜୀଙ୍କ ଦ୍ୱାଦଶାହ ଅବସରରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କଲମପୁର ଶାଖାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଶାଖା ପରିଚାଳିକା ରୋଜୀ ଭଉଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସ୍ମୃତି ସଭାରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା, ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ସଂଜୀବ କୁମାର ଠାକୁର ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଦାଦିଜୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥୀ ଏବଂ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ମାନେ ଦାଦିଜୀଙ୍କ ତ୍ୟାଗ ତପସ୍ୟା ପରୋପକାରକୁ ମନେ ପକାଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ବ୍ରହ୍ମକୁମାର ଶଙ୍କର୍ଷଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବ୍ରହ୍ମ କୁମାର ପ୍ରେମ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।