ଛତ୍ରପୁର ଶବ୍ଦାଲୋକ ମାଲିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶବ୍ଦାଲୋକ ତଥା ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ସଂଘୀୟ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ପୂର୍ବାହ୍ନରେ ଲାଇଟ ଆଣ୍ଡ ସାଉଣ୍ଡ ମାଲିକମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀର ଦୀର୍ଘ ୧ ବର୍ଷ ଆଠ ମାସ କାଳ ଧରି ବନ୍ଦ ହୋଇ ରହିଥିବା ବେଳେ ଏହି ଉଦ୍ୟୋଗୀରେ ଜୀବିକା ନିର୍ବାହ କରୁଥିବା ବେକାର ଯୁବକ ଯୁବତୀ ତଥା ଲାଇଟ ଏଣ୍ଡ ସାଉଣ୍ଡ ମାଲିକମାନେ ଆର୍ଥିକ ଅନାଟନରେ ସଢ଼ି ବିଶେଷ ପ୍ରଭାବିତ ହୋଇଛନ୍ତି, ଏପରିକି ବେ-ରୋଜଗାରୀ ହୋଇଯାଇଛନ୍ତି । ଏହି ସମ୍ପୃକ୍ତ ଜୀବିକାରେ ନିର୍ବାହ କରୁଥିବା ପରିବାର ଲୋକେ କିପରି ଚଳିବେ, ଏହି ସଂସ୍ଥା କିପରି ଚାଲିବ, ସେ ନେଇ ଶବ୍ଦାଲୋକ ମାଲିକ ସଂଘ ପକ୍ଷରୁ ଉଦବେଗର ସହ କ୍ଷୋଭ ପ୍ରକାଶ କରାଯାଇଛି । ବର୍ତ୍ତମାନ ବାହାଘର ଓ ପର୍ବପର୍ବାଣୀ ଋତୁ ଆସୁଥିବା ଯୋଗୁଁ ସର୍ବୋପରି ବାହାଘର ଓ ଯାତ୍ରା, ପର୍ବପର୍ବାଣୀ, ଉତ୍ସବାନୁଷ୍ଠାନରେ ଶୋଭାଯାତ୍ରା ନିମିତ୍ତ ଶବ୍ଦ-ଆଲୋକ ପାଇଁ ଅନୁମତି ଦେବାକୁ ସଂଘ ଦୃଢ଼ତାର ସହିତ ଦାବୀ କରିଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଆର୍‌. କାନକା ରାଓ, ହାଡୁବନ୍ଧୁ ସେଠୀ, ପବିତ୍ର ରାଉଳ, ଅଶୋକ କୁମାର ବେହେରା, କୃଷ୍ଣ ଚନ୍ଦ୍ର ରଥ, ସନ୍ତୋଷ ରେଡ୍ଡୀ, ଗୋପାଳ କୃଷ୍ଣ ଶତପଥୀ, ପି.ରାମୁ, ଟି. ଭାସ୍କର, ପି. ୟୋଗେନ୍ଦ୍ର, ଚନ୍ଦ୍ରୟା ରେଡ୍ଡୀ, ନରସିଂହ ରେଡ୍ଡୀ, ବାଲାଜୀ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.