1234

ଟେମେରୀରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମେରୀ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଡୋଳାମଣି ପ୍ରଧାନଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଧଳେନ୍ଦ୍ର କୁମାର ବାରିକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଇକମାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଟେମରୀ ମହେଶ୍ୱର ହରିପାଳ ଓ ବିଦ୍ୟାଳୟ କମିଟି ସଭ୍ୟ ଭେଙ୍କଟ ରମଣ ଠାକୁର ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ସଭାରେ କମିଟି ସଭ୍ୟସଭ୍ୟା, ଅଙ୍ଗନବାଡି କର୍ମୀ ଓ ଭଦ୍ରବ୍ୟକ୍ତିଗଣ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ବିଦ୍ୟାଳର ଛାତ୍ରୀ ମାନଙ୍କଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଅତିଥି ଓ ଶିକ୍ଷକବୃନ୍ଦ ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନଙ୍କ ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠା, ନମ୍ରତା ଆଦି ଗୁଣ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ ହେବ ବୋଲି ସଭାରେ ବର୍ଣ୍ଣନା କରିଥିଲେ । ଶ୍ରୀ ପ୍ରଧାନ ଏ ଅଂଚଳର ଜଣେ ବେଶ ଜଣାଶୁଣା ଆଦର୍ଶ ଶିକ୍ଷକ । ଏହି ସଭାରେ ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ଦେବତା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଧିଷ୍ଠିର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦାୟୀ ଶିକ୍ଷକଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକବୃନ୍ଦ ଉପେନ୍ଦ୍ର ପ୍ରଧାନ, ଅକ୍ଷୟ ଡୁଡୁକା, କୈଳାଶ ବରିହା ଓ ଋତୁପର୍ଣ୍ଣା ସିଂ ବରିହା ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.