ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆମ ପାଇଁ ମୋବାଇଲ ନିହାତି ଆବଶ୍ୟକ । କିନ୍ତୁ ମୋବାଇଲକୁ ଠିକ୍ ଭାବେ ବ୍ୟବହାର କରିବା ଜରୁରୀ । କାରଣ ଆମେ ମୋବାଇଲରେ ବହୁତ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥାଉ । ତା’ର ଫାଇଦା ନେବା ପାଇଁ ସାଇବରଠକମାନେ କୌଣସି ଲିଙ୍କ୍ କିମ୍ବା ଓଟିପି ପଠାଇ ଟଙ୍କା ହଡପ କରିଥାନ୍ତି । ଆଜିକାଲି ଦିନକୁ ଦିନ ଲୋକେ ଅଧିକରୁ ଅଧିକ ସାଇବର ଠକେଇର ଶିକାର ହେଉଛନ୍ତି । ସାଇବର ଠକେଇରୁ କିପରି ରକ୍ଷା ପାଇବେ ସେ ନେଇ ଆଜି ବେଲପଡା ନବୋଦୟ ବିଦ୍ୟାଳୟଠାରେ ଏକ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଲପଡା ତହସିଲଦାର, ସିଡିପିଓ ବିଦ୍ୟୁତ ପ୍ରଭା ନାଗ, ନବୋଦୟ ବିଦ୍ୟାଳୟର ପ୍ରିନ୍ସିପାଲ, ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ, ସାଇବର କ୍ରାଇମ ଆଇଆଇସି ଭାରତୀ ନାଏକ ପ୍ରମୁଖ ଉପସ୍ଥିତ ରହି ଏଥିପ୍ରତି ସଚେତନ ହେବା ସଂପର୍କରେ ନିଜ ନିଜ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ କୁଇଜ ପ୍ରତିଯୋଗିତାରେ କୃତିତ୍ତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।