କୁଳ ସଂଘର ବରିଷ୍ଠ ନେତ୍ତୃବର୍ଗଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତେରସ୍ଥାନ ତାଲୁକା (ଛତ୍ରପୁର) ରେଡ୍ଡୀ ମହାଜନ ସଂଘର ବରିଷ୍ଠ ପୁରୋଧା ସାଲା କ୍ରିଷ୍ଣା ରେଡ୍ଡୀଙ୍କୁ ଏବଂ ଜିଲ୍ଲା ସଦସ୍ୟ ଏସ୍. ଚକ୍ରପାଣି ରେଡ୍ଡୀଙ୍କୁ ଉପଢୌକନ ଦେଇ କୁଳ ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ ଯେ’ ନିକଟରେ ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘ ପରିଷଦର ମୁଖ୍ୟ ଉପଦେଷ୍ଟା ଭାବେ ସାଲା କ୍ରିଷ୍ଣା ରେଡ୍ଡୀଙ୍କୁ ମନୋନୀତ କରାଯାଇଥିବା ବେଳେ ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀଙ୍କୁ ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ପରିଷଦର ଜିଲ୍ଲା ସମ୍ପାଦକ ରୂପେ ମନୋନୀତ କରାଯାଇ ପଦବୀରେ ଅଭିଷିକ୍ତ କରାଯାଇଛି । ରେଡ୍ଡୀ ସଂଘ ଜିଲ୍ଲାସ୍ତରୀୟ ଏହି ସମ୍ମାନଷ୍ପଦ ପଦବୀରେ ଅଳଙ୍କୃତ ହୋଇଥିବା ନେଇ ଛତ୍ରପୁର ତେରସ୍ଥାନ ତାଲୁକା ରେଡ୍ଡୀ ସଂଘ ଘରେ ଖୁସିର ଲହରୀ ଖେଳିଯାଇଛି । ଏହାକୁ ଗର୍ବିତ ମନେ କରି ସେହି ବ୍ୟକ୍ତି ବିଶେଷ୍ୟଙ୍କୁ ତାଲୁକା ସଂଘ ପକ୍ଷରୁ ସମ୍ମାନୀତ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.