
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭାଗୃହଠାରେ ଉପଜିଲ୍ଲାପାଳ କର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସିଦ୍ଧାର୍ଥ ପଟ୍ଟାୟକଙ୍କ ଗତ କାଲି ରବିବାର ଦିନ ଚାକିରିରୁ ଅବସର ଗ୍ରହଣ କଲେ । ଶ୍ରୀ ପଟ୍ଟାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟାଳୟର ଅଧିକାରୀ ତଥା ସମସ୍ତ କର୍ମଚାରୀଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ କୁନାଳ ମୋତିରାମ ଚୌହାନ ଓ ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା, ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରିବା ସହ କାର୍ଯ୍ୟଳୟର ଏକ ଅଂଶ ଭାବେ ସେ ସର୍ବଦା ନିଷ୍ଠାପର ଏବଂ ଶୃଙ୍ଖଳିତ ଭାବେ କାର୍ଯ୍ୟକାରି ଆସିଥିବା ପ୍ରକାଶ କରିଥିଲେ । ପରିଶେଷରେ ଶ୍ରୀ ପଟ୍ଟାୟକ ନିଜର ଦୀର୍ଘ ୩୬ବର୍ଷ ଚାକିରୀର ସମସ୍ତ ସହକର୍ମୀ ଏବଂ ପ୍ରଶାସନୀକ ଅଧିକାରୀ ଧନ୍ୟବାଦ ଜଣାଇ ତାଙ୍କ ଜୀବନଯାତ୍ରା ବିଷୟରେ ବର୍ଣ୍ଣନା କରି କର୍ମକ୍ଷେତ୍ରରେ ଏକତା ଏବଂ ସମର୍ପଣର ଗୁରୁତ୍ଵକୁ ବ୍ୟାଖ୍ୟା କରିଥିଲେ । ତାଙ୍କ ଅସାଧାରଣ ସେବା ପାଇ ଅତିରିକ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ, ଡେପୁଟି କଲେକ୍ଟର ଉପଜିଲ୍ଲାପାଳଙ୍କ ସହ ଓ ସମସ୍ତ କର୍ମଚାରୀ ସ୍ମୃତି ଚିହ୍ନ ଏବଂ ଅସ୍ଥାୟୀ ପେନସନ ଅର୍ଡରପ୍ରଦାନ କରିବା ସହ ପରବର୍ତ୍ତୀ ଜୀବନରେ ସୁଖ, ସମୃଦ୍ଧି ଏବଂ ଶାନ୍ତି କାମନା କରୀଥିଲେ ।