oom

ଶେଖର କିକ୍‌ ବକ୍ସିଂ ଏକାଡେମୀ ବଲାଙ୍ଗିରରେ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲେଜ ଛକ ସ୍ଥିତ ଜ୍ଞାନ ବିହାର ବିଦ୍ୟାପୀଠରେ ଶେଖର କିକବକ୍ସିଂ ଏକାଡେମୀର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କିକ୍‌ ବକ୍ସିଂ କ୍ରୀଡାରେ ଜାତୀୟ ତଥା ଆନ୍ତର୍ଜାତୀୟ କୃତିତ୍ୱ ଅର୍ଜନ କରି ବଲାଙ୍ଗିର ପାଇଁ ଗୌରବ ସୃଷ୍ଟି କରିଥିବା ପ୍ରତିଯୋଗିମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ରାଜ୍ୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅଭୀପ୍ସା ହୋତା, ଜାତୀୟ ସ୍ତରରେ କାଂସ୍ୟ ପଦକ ବିଜୟନୀ ଚନ୍ଦ୍ରକାନ୍ତ କୁମ୍ଭାର, ଆନ୍ତର୍ଜାତିକ ସ୍ତରରେ କାଂସ୍ୟ ପଦକ ବିଜେତା କ୍ରିଷ୍ଣା ସେଠ ଓ ମୁରଳ ମହାକୁର ତଥା ଶେଖର କିକିବକ୍ସି ଏକାଡେମୀର ପ୍ରଶିକ୍ଷକ ତଥା କମିଟି ସମ୍ପାଦକ ଚନ୍ଦ୍ର ଶେଖର ସେଠ୍‌ ଓ ହୃଦୟ ଶବରଙ୍କୁ ସମ୍ମାନୀତ କରାଯାଇଥିଲା । ଏକାଗ୍ରତା ଓ ନିରନ୍ତର ପ୍ରୟାସ ମଣିଷକୁ ସଫଳ ପ୍ରଦାନ କରିଥାଏ ବୋଲି ବିଧାୟକ ଶ୍ରୀ ବାଗ ବକ୍ତବ୍ୟ ରଖିଥିଲେ । କିକ୍‌ ବକ୍ସି କ୍ରୀଡାର ଉଜ୍ୱଳ ଭବିଷ୍ୟତ ଓ କ୍ୟାରିୟର ସମ୍ବନ୍ଧରେ କମିଟି ସଭାପତି ସୁରେନ୍ଦ୍ର କୁମାର ସାହୁ ପ୍ରଶିକ୍ଷାର୍ଥିକୁ ଜଣାଇଥିଲେ । କାର୍ଯ୍ୟକ୍ରମରେ କମିଟିର ପ୍ରମୁଖ ସଦସ୍ୟ ବଦ୍ରିନାଥ ହୋତା ଓ ଜ୍ଞାନବିହାର ବିଦ୍ୟାପୀଠ ର ଶିକ୍ଷକ ଶିକ୍ଷୟିତ୍ରୀ ନେତ୍ରାନନ୍ଦ ପ୍ରଧାନ, ସ୍ୱରୁପା ମିଶ୍ର, ଲିଲିମା ଦାଶ, ବିନିତା ସାହୁ, ସିମନ ଦର୍ଜୀ ଓ ଅଧ୍ୟକ୍ଷା ଲୀନାଦେବୀ ସାହୁ ସହଯୋଗ କରିଥିଲେ । ଗୁରୁମା ସପ୍ନା ସାହୁଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ରିୟା ଭୁଏ, ଅନୟା ଛତ୍ରିଆ, ପିପିସ୍ମିତା ସାହୁ ଓ ଅନନ୍ୟା ବାଗ ସମଲେଇ ଭଜନ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.