କୋଭିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଶବଦାହ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଅଂଚଳରେ କୋଭିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଶବଦାହ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରଣାଳୀ ଶେଷ ହୋଇଛି । ଆଜି ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ ଓ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲିର ସଦସ୍ୟମାନେ ଚାଷୀମାନଙ୍କ ଠାରୁ ଏକ ଟ୍ରାକଟର କାଠ ସଂଗ୍ରହ କରି ଭେଡେନ ବ୍ଲକ ପ୍ରଶାସନ ନିକଟରେ ପହଞ୍ଚାଇଥିଲେ । କାଠ ସଂଗ୍ରହ କରିଥିଲେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ରଶ୍ମୀ ରଞ୍ଜନ ପାଢ଼ୀ, ସୁନୀଲ ଅଗ୍ରୱାଲ, ସୁଶିଲ ଅଗ୍ରୱାଲ, ହରେକୃଷ୍ଣ ପ୍ରଧାନ, ସନ୍ତୋଷ ଅଗ୍ରୱାଲ, ଶଙ୍କର ପ୍ରସାଦ କେଡ଼ିଆ, ସନ୍ତୋଷ ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରଶାସନ ପକ୍ଷରୁ ଲାୟନ୍ସ କ୍ଲବର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.