centurian jitm

ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର

ଅନୁଗୁଳ : କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ୯ ଦିନ ଧରି ନିଖୋଜ ଥିବା ବେଳେ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ୨୬ ତାରିଖରେ ଭୁବନେଶ୍ୱର ଯାଉଥିବା ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ । ଭୁବନେଶ୍ୱର ବାହାରିଥିବା ବେଳେ ତାଳଚେରରୁ ଟ୍ରେନ୍ ବାତିଲ ହୋଇଯାଇଥିଲା । ପରେ ସେ ଏକ ଅଟୋରେ ତାଳଚେର ରୋଡ୍ ଯାଇଥିଲେ । ସେଠୁ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ ପରିବାର । ଅନୁଗୁଳ କଣିହା ବ୍ଲକ ଲୋଧାଝରୀ ଗାଁର ଜଣେ ଯୁବତୀ ୯ ଦିନ ଧରି ନିଖୋଜ ଥିବା ବେଳେ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ୨୬ ତାରିଖରେ ଭୁବନେଶ୍ୱର ଯାଉଥିବା ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇଯାଇଥିଲେ । ଭୁବନେଶ୍ୱର ବାହାରିଥିବା ବେଳେ ତାଳଚେରରୁ ଟ୍ରେନ୍ ବାତିଲ ହୋଇଯାଇଥିଲା । ପରେ ସେ ଏକ ଅଟୋରେ ତାଳଚେର ରୋଡ୍ ଯାଇଥିଲେ । ସେଠୁ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ ପରିବାର । ଗତକାଲି ତାଙ୍କ ଗଳିତ ମୃତଦେହ ବଅଁରପାଳ ଥାନା କେନ୍ଦୁପାଲି ନିକଟ କେନାଲ ପାଖରୁ ଉଦ୍ଧାର ହୋଇଛି । ସେ ରାଜଧାନୀର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଛି । ପୋଲିସ ସେହି ଅଟୋକୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଛି ।

Leave A Reply

Your email address will not be published.