ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସୁଦପଡା ରେଲୱେ ଟ୍ରାକରୁ ମିଳିଛି ଜଣେ ବୃଦ୍ଧଙ୍କ ଶବ । ବୃଦ୍ଧ ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସ୍ତ୍ରୀର ମୃତ୍ୟୁରେ ମର୍ମାହତ ହୋଇ ବୃଦ୍ଧ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି । ମୃତକ ଜଣକ ହେଲେ ବଲାଙ୍ଗିର ସହର କଂସାରିପଡାର ତପନ ରାଉତ (୭୯) । ସୂଚନା ଅନୁସାରେ ତପନଙ୍କ ସ୍ତ୍ରୀଙ୍କ ଗତ ୨ ମାସ ତଳେ ଦେହାନ୍ତ ହୋଇଥିଲା । ଏଥିରେ ମର୍ମାହତ ହୋଇ ସେ ସବୁବେଳେ ବିଷାଦଗ୍ରସ୍ତ ରହୁଥିଲେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସୁଦପଡା ରେଳ ଫାଟକ ନିକଟରେ ସେ ଟ୍ରେନରେ କଟି ଆତ୍ମହତ୍ୟା କରିଥିଲେ । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜିଆର୍ପି ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।
Next Post