
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ଅତ୍ୟନ୍ତ ଦୁଃଖ ତଥା ବିଡମ୍ବନାର ବିଷୟ ମାନସିକ ବିକୃତ ମହିଳା ଦେମନ୍ତିଙ୍କ ଶବକୁ ସଂସ୍କାର ପାଇଁ କୌଣସି ଲୋକ ତଥା ମୃତ ମହିଳାଙ୍କ ବନ୍ଧୁ ବାନ୍ଧବ କିମ୍ବା ଜାତି ପରିଜନ ଲୋକ ଜଣେ ମଧ୍ୟ ବାହାରିନଥିଲେ । ଯୁବ ସମାଜସେବୀ ରାଜେଶ ପୋଡ ହେଲ୍ଥ କ୍ଲବର ସଦସ୍ୟ ମାନଙ୍କୁ ଏସମ୍ବନ୍ଧରେ ଖବର ଦେବା ପରେ ଆରମ୍ବ ହୋଇଥିଲା ଦେମନ୍ତି ତାଣ୍ଡି ଶବ ସତ୍କାର କାର୍ଯ୍ୟକ୍ରମ । ହେଲଥ କ୍ଲବର ସଭାପତି ପଦ୍ମଲୋଚନ ବର୍ମା ଓ ବରିଷ୍ଠ ସଦସ୍ୟ ବିଜୟ ସହିସ ଓ କୁଲଦୀପ ବର୍ମା ତୁରନ୍ତ ଆଗେଇ ଆସିଥିଲେ । ଏହାପରେ ଭଗତ ସିଂ କ୍ଲବର ସଭାପତି ବିକାଶ ନୟାଖୋର ଓ ତାଙ୍କ ସାଥୀ ଓ ସମାଜସେବୀ ଅବସରପ୍ରାପ୍ତ ସୈନିକ କଲିମ ମହମ୍ମଦ ମଧ୍ୟ ଜାତିଗତ ଧର୍ମ ନିର୍ବିଶେଷରେ ଶବ ସତ୍କାର କାମରେ ନିୟୋଜିତ ଥିଲେ । ଖଡିଆଳର ନଗରପାଳ ଉଜ୍ଜଳ ଗୁପ୍ତା ମଧ୍ୟ ଶବ ସତ୍କାର ପାଇଁ କାଠର ବ୍ୟବସ୍ଥା କରିଥିଲେ । ଯୁବ ସମାଜସେବୀ ରାଜେଶ ପୋଡ ଧୂପକାଠି ଠାରୁ ନେଇ ଘିଅ ମାଟି ତେଲ ପ୍ରଭୁତି ଶବ ସତ୍କାର ସାମଗ୍ରୀ ଏକାଠି କରି ସମୁହ ଯୁବ ସମାଜସେବୀ ମାନେ ଏକା ସାଙ୍ଗରେ ମୁଖାଗ୍ନି ଦେଇ ସମ୍ମାନର ସହ ଦେମନ୍ତି ତାଣ୍ଡିଙ୍କ ଶବ ସତ୍କାର ହୋଇଛି । ସୂଚନା ଅନୁସାରେ ଗତ ମଇ ୧ ତାରିଖ ତାଙ୍କ ଶରୀର ଅସୁସ୍ଥ ଥିବା କାରଣରୁ ଖଡିଆଳର ଏସ୍ଡିଏଚ୍ ହସ୍ପିଟାଲରେ ଭର୍ତି ହୋଇଥିଲେ । ୠତକାଲି ସକାଳ ୮ ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ଗତ ବର୍ଷ ଦେମନ୍ତି ତାଣ୍ଡିଙ୍କ ସ୍ୱାମୀ ଯଦୁ ତାଣ୍ଡିଙ୍କ କରୋନା ସମୟରେ ମୃତ୍ୟୁ ଘଟିଥିଲା । ସେହିଭଳି ଦେମନ୍ତିଙ୍କ ପୁଅ ମିଚର ତାଣ୍ଡିଙ୍କ ଟିବି ରୋଗରେ ଏହା ପୂର୍ବରୁ ମୃତ୍ୟୁ ଘଟିଛି । ପରିବାରହୀନ ବେସାହାରା ମହିଳାଙ୍କ ମୃତ ଶବକୁ ହେଲଥ କ୍ଲବ ଓ ଭଗତସିଂ କ୍ଲବର ଯୁବକ ମାନେ ଯେଉ ମଣିଷ ପଣିଆ ଦେଖାଇଛନ୍ତି ସେମାନଙ୍କୁ ଖଡିଆଳର ବୁଦ୍ଧିଜୀବୀ ତଥା ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି ।