
କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡା ମ. ରାମପୁର ରାସ୍ତାର ଅଲାତରା ସଂନିକଟ ସୁନାମୁଖୀ ଜଙ୍ଗଲରେ ଏକ ଯୁବକଙ୍କ ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶବର ପରିଚୟ ମିଳିପାରିନାହିଁ । ତେବେ ମୃତକଙ୍କ ମୁଣ୍ଡ ନଥିବାରୁ ପରିଚୟ ମିଳିପାରୁନାହିଁ । ଶବର ଡାହାଣ ଆଙ୍ଗୁଠିରେ ତିନୋଟି ମୁଦି ପିନ୍ଧିଥିବା ଲକ୍ଷ୍ୟ କରାଯାଇଛି ଓ ବାଇକ ଚିହ୍ନ ରହିଛି ।