om academy

ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା

jsm

ବଡ଼ମ୍ବା : ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର ବ୍ୟବସ୍ଥା (ଡିଆରଆଇ)ରେ ସେମାନଙ୍କୁ ଋଣ ପ୍ରଦାନ କରାଗଲେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ଭରଣପୋଷଣ ପାଇଁ ଦିବ୍ୟାଙ୍ଗମାନେ ଉପକୃତ ହୋଇପାରିବେ ବୋଲି ଅନୁଷ୍ଠିତ ବ୍ଲକସ୍ତରୀୟ ଋଣମେଳାରେ ଯୋଗଦେଇ ରାଜ୍ୟର ପୂର୍ବତନ ଶିଳ୍ପମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ସ୍ଥାନୀୟ ସବୁଜକବି ବୈକୁଣ୍ଠନାଥ ସ୍ମୃତିସଦନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମୀଣ ମହିଳାଙ୍କ ସମେତ ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗଙ୍କୁ ସାମିଲ କରିବାକୁ ଅତିଥିଦ୍ୱୟ ଗୁରତ୍ୱାରୋପ କରିଥିଲେ । ବ୍ଲକ ସମନ୍ୱିତ ମହିଳା ଶିଶୁ ବିକାଶ (ସିଡିପିଓ) ଅଧିକାରୀ ପ୍ରମିଳା ଦେଈଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ୯୬ଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀକୁ ଏହି ଅବସରରେ ୩ କୋଟି ୩୧ଲକ୍ଷ ୫୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଋଣ ଆକାରରେ ପ୍ରଦାନ କରାଯାଇଥିଲା । ସେହିଭଳି ସମନ୍ୱିତ ମହିଳା ଶିଶୁ ବିକାଶ ଆନୁକୂଲ୍ୟରେ ଏହି ଅବସରରେ ଗର୍ଭବତୀ ମାତୃଶକ୍ତିଙ୍କ ନିମନ୍ତେ ପୋଷଣ ମାସ ସଚେତନ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ସମନ୍ୱିତ ମହିଳା ଓ ଶିଶୁ ବିକାଶ ଏବଂ ଜୀବିକା ମିଶନର ମିଳିତ ସହଯୋଗରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଏବଂ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.