oom

ଋଣ ଆଦାୟକୁ କିଛି ମାସ ପର୍ଯ୍ୟନ୍ତ ସ୍ଥଗିତ ପାଇଁ ଦାବୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗାଁ ଭୂତମୁଣ୍ଡା, ଡୁମେର ବାହାଲ, ଧାରୋଲ, ମାଣ୍ଡୋସିଲ ଓ କାଦୋଘୁଛାର ସଭାପତିଙ୍କ ନିଷ୍ପତ୍ତି କ୍ରମେ ମାଣ୍ଡୋସିଲ ସରପଞ୍ଚ ହିମାଦ୍ରୀ ପୁଟା ଏପ୍ରିଲ ୨୭ରୁ ମେ ୫ ତାରିଖ ପର୍ୟ୍ୟନ୍ତ ୯ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । ଏବେ କିନ୍ତୁ ମାଣ୍ଡୋସିଲ ଗାଁ କରୋନାର ଦ୍ଵିତୀୟ ଲହରୀରେ କରୋନା ଆକ୍ରାନ୍ତ ସଂକ୍ରମଣ ବଢିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରଥମତଃ ଗାଁକୁ ମାଇକ୍ରୋଫାଇନାନ୍ସର କର୍ମଚାରୀମାନେ ଲଗାତାର ନୂଆପଡ଼ା, ପାଇକମାଳ ଓ ପଦମ୍‌ପୁରରୁ ଆସି ଜୋର୍ ଜବରଦସ୍ତି ମହିଳାମାନଙ୍କୁ ଏକାଠି କରି ଟଙ୍କା ଆଦାୟ କରୁଛନ୍ତି ଯାହାକି ସେମାନେ ପ୍ରତ୍ୟେକ ଗାଁକୁ ଯାଉଛନ୍ତି ଏବଂ ସମସ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସେମାନଙ୍କଠାରୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । ଦ୍ୱିତୀୟତଃ ସଟଡାଉନରେ କେହି ଘରୁ ବାହାରୁ ନାହାନ୍ତି । କେହି ରୋଜଗାର କରୁନାହାନ୍ତି । ଏଭଲି ସାଂଘାତିକ ପରିସ୍ଥିତିରେ କେମିତି ଭାବରେ ରୁଣ ଶୁଝି ପାରିବେ । ସେଥିପାଇଁ ପ୍ରଶାସନିକ ଅଧିକାରୀ ମହୋଦୟ ଏଥି ପ୍ରତି ଦୃଷ୍ଟି ଦେଇ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କ ସହିତ କଥା ହୋଇ ଋଣ ଆଦାୟକୁ କିଛି ମାସ ପର୍ଯ୍ୟନ୍ତ ସ୍ଥଗିତ ରଖି ମାଣ୍ଡୋସିଲ ପଞ୍ଚାୟତର ସମସ୍ତ ଗାଁକୁ ସାନିଟାଇଜର ସ୍ପ୍ରେ କରିବା ପାଇଁ ଧାରୋଲ ସଭାପତି ବାସୁଦେବ ବରିହା, ଭୂତମୁଣ୍ଡା ସଭାପତି ସୁବାଷ ଚନ୍ଦ୍ର ମହାନ୍ତି, ଡ଼ୁମ୍ବେରବାହାଲ ସଭାପତି ଲଲିତ ମୋହନ ପୁରୋହିତ, କାଦୋଘୁଛା ସଭାପତି ପ୍ରତାପ ପଟ୍ଟନାୟକ, ମାଣ୍ଡୋସିଲ ସଭାପତି ଧନସିଂ ପଟେଲ, ସମାଜସେବୀ ମହମ୍ମଦ ହନିଫ୍ ଓ ସ୍ଵେଚ୍ଛାସେବୀ ଲଲିତ ଜଗତ, ରଘୁ ମଣି ସାହୁ ପ୍ରମୁଖ ପ୍ରଶାସନିକ ପାଖରେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.