ଟଙ୍କା ଓ ସୁନାଗହଣା ଲୁଟି ଫେରାର୍‌ ହେବା ବେଳେ ଆର୍‌ପିଏଫ୍‌ ପୋଲିସ ହାତରେ ଧରାପଡିଲେ ୨ ଡକାୟତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଷ୍ଟ୍ର ଲକଡଗଞ୍ଜ ଥାନା ଅଞ୍ଚଳରୁ ଟଙ୍କା ଓ ସୁନାଗହଣା ଲୁଟି ଟ୍ରେନ ଯୋଗେ ବଲାଙ୍ଗିର ଦେଇ ଯାଉଥିବା ଦୁଇ ଡକାୟତଙ୍କୁ ଆରପିଏଫ୍ ପୋଲିସ କାବୁ କରିଛି । ଖବର ପାଇ ଲକଡଗଞ୍ଜ ପୋଲିସ ବଲାଙ୍ଗିର ପହଞ୍ଚି ଉଭୟଙ୍କୁ ନିଜ ସହ ନେଇଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଦ୍ଵୟ ହେଲେ ଅଜଗର ମଣ୍ଡଳ ଓ ଜାନୱର ମଣ୍ଡଳ । ସେମାନେ ଦୁଇଭାଇ ହୋଇଥିବା ବେଳେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଆରପିଏଫ୍‌ ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଅଜଗର ଓ ଜାନୱର ନାଗପୁର ସହରରେ ଥିବା ଏକ ବଣିଆ ଦୋକାନରେ କାମ କରୁଥିଲେ । କାମ କରୁଥିବା ବେଳେ ଦୁହେଁ ଏକ ସୁନାହାର ଓ ଦୁଇହଳ କାନଫୁଲ ଚୋରି କରିଥିଲେ । ଏଥିସହ ସେଠାରୁ ଫେରାର ହୋଇ ଟ୍ରେନ ଯୋଗେ ବଲାଙ୍ଗିର ଚାଲିଆସିଥିଲେ । ସେପଟେ ଦୋକାନୀ ଜଣକ ଲକଡ଼ଗଞ୍ଜ ଥାନାରେ ଏତଲା ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ଆର୍‌ପିଏଫ୍‌ ରେଳ ଜଙ୍କସନ୍‌ରେ ଜଗି ଉଭୟଙ୍କୁ କାବୁ କରିଥିଲା । ଯାଞ୍ଚବେଳେ ସେମାନଙ୍କ ନିକଟରୁ ହାର ଓ କାନଫୁଲ ସମେତ ୪୮ହଜାର ଟଙ୍କା ଜବତ କରାଯାଇଥିଲା ।

Leave A Reply

Your email address will not be published.