ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ -୨୦୨୫ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ -୨୦୨୫ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପବିତ୍ର ବେହେରା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡ. ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡ. ବି. କେ. ପତି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅକାରୀ (ପରିବାର କଲ୍ୟାଣ), ଡ. ସୁଧା ବାର୍ଲା, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା), ଡ. ସିଦ୍ଧେଶ୍ଵର ମାଝି, ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରତାପ ଚନ୍ଦ୍ର ମହାନ୍ତି, ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକ ବୃନ୍ଦ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ, ରାଜେଶ ରାଓ ପଟ୍ଟନାୟକ, ଉପ ପରିଚାଳକ, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ, ଭଗବାନ ମେହେର ଓ ଅନ୍ୟ ସହକାରୀ ସଂଚାର ଓ ପ୍ରକଳ୍ପ ପରିଚାଳକ ଆନନ୍ଦ ମିଶ୍ର ଓ କବିନ୍ଦ୍ର ଜେନା ମଞ୍ଚାସୀନ ଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ସର୍ବ ପ୍ରଥମେ ବିଦ୍ୟାଳୟ ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ-୨୦୨୫ ଉଦଘାଟନ କରିଥିଲେ । କୃମିନାଶକ ବଟିକା ଓ ସିରପ ଖାଇବା ଦ୍ଵାରା ପୁଷ୍ଟିହୀନତା ଓ ରକ୍ତହୀନତା ଦୂର ହୁଏ ଏବଂ ପିଲାଙ୍କ ଶାରୀରିକ ଓ ମାନସିକ କ୍ଷେତ୍ରରେ ବୃଦ୍ଧି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ମୁଖ୍ୟଅତିଥି ନିଜର ଅଭିଭାଷଣରେ କହିଥିଲେ । ଜିଲ୍ଲାର ୧-୧୯ ବର୍ଷର ସମସ୍ତ ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଓ ସିରପ ଖାଇବେ ଓ ୨୦-୨୪ ବର୍ଷର ବିଦ୍ୟାଳୟ ଯାଉନଥିବା ପିଲା ଓ ପ୍ରଜଯନକ୍ଷମ ମହିଳା ଅଙ୍ଗନବାଡିରେ କୃମିନାଶକ ଔଷଧ ଖାଇବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୪୮୮୨୭୧ଜଣ ହିତାଧିକାରୀ କୃମିନାଶକ ଔଷଧ ଓ ସିରପ ଖାଇବେ ବୋଲି ଲକ୍ଷ ରଖାଯାଇଛି, ଜିଲ୍ଲାର ୨୬୩୭ ଗୋଟି ଅଙ୍ଗନବାଡି କେନ୍ଦ୍ର ଓ ୨୨୨୩ ଗୋଟି ବିଦ୍ୟାଳରେ ସମସ୍ତ ହିତାଧିକାରୀଙ୍କୁ କୃମିନାଶକ ଔଷଧ ଓ ସିରପ ଗୁଡିକ ଜିଲ୍ଲାର ତାଲିମ ପ୍ରାପ୍ତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବିଦ୍ୟାଳୟ ଶିକ୍ଷକଙ୍କ ଦ୍ୱାରା ଔଷଧ ଖୁଆଇ ଦିଆଯିବ । ଏହା ସହ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ସମସ୍ତ ବ୍ଲକରେ ଏହି କାର୍ଯ୍ୟ କ୍ରମକୁ ତାଦରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଟାଉନ ବାଳିକା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀମାନେ, ବିଦ୍ୟାଳୟର କର୍ମଚାରିଙ୍କ ସହ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.