ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସ୍ଥାପନା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ କ୍ଲବର ସ୍ଥାପନା ଦିବସ ରାଉରକେଲା ଚ୍ୟାମ୍ବର ଅଫ କମର୍ସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଗତ ବର୍ଷର ସଭାପତି ରୋଟାରୀଆନ ଆର୍‌ କିରଣ ଓ ସଂପାଦକ ରୋଟାରୀଆନ୍‌ ରବି ଦାସ ଚଳିତ ବର୍ଷର ସଭାପତି ରୋଟାରୀଆନ ବ୍ରଜେଶ ଗୁପ୍ତା ଓ ସଂପାଦକ ରୋଟାରୀଆନ ରାଜେଶ ଅଗ୍ରୱାଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିଜିଇ ମନଜିତ୍ ସିଂହ ଆରୋରା ଓ ସମ୍ମାନିତ ଅତିଥି ଭାବେ ଏଜି ରୋଟାରୀଆନ ସୁଚିସ୍ମିତା ବିଶ୍ୱାସ, ଚ୍ୟାମ୍ବର ଅଫ୍ କମର୍ସର କର୍ମକର୍ତ୍ତା ଗଣ ଓ ଅନ୍ୟ ରୋଟାରୀ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ସ୍ୱତନ୍ତ୍ର ବୁଲେଟିନ୍‌କୁ ଉନ୍ମୋଚନ କରିଥିଲେ ।

ସେହିପରି ଅନୁଷ୍ଠାନ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ସେକ୍ଟର ୬ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । କ୍ଲବର ସଭାପତି ରୋଟାରୀଆନ ବ୍ରଜେଶ ଗୁପ୍ତା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷ ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ସି କେ ବିଶ୍ବାସ, ରୋଟାରୀଆନ ଭଗବାନ ପତିଙ୍କ ସହ ବହୁ ରୋଟାରୀଆନ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅତିଥି ମାନେ ଏହି ଅବସରରେ ବୃକ୍ଷ ରୋପଣର ଉପକାରିତା ଓ ପରିବେଶ ସଂପର୍କରେ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.