ରୋଟାରୀ ଗଭର୍ଣ୍ଣରଙ୍କ ଛତ୍ରପୁର କ୍ଲବରେ ଯୋଗଦାନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି ସସ୍ତ୍ରୀକ ଛତ୍ରପୁର ରୋଟାରୀ କ୍ଲବ ଗସ୍ତରେ ଆସିଥିଲେ । ଏହି ଅବସରରେ ସେ କ୍ଲବର ଆର୍ଥିକ, ସାମାଜିକ ଓ ସାମୁହିକ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ । ପରେ କ୍ଲବର ସଭାଗୃହରେ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । ଗତ କାର୍ଯ୍ୟ ବର୍ଷରେ ଛତ୍ରପୁର କ୍ଲବ ପକ୍ଷରୁ କରାଯାଇଥିବା ବିବିଧ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଏଥିରେ ମାନ୍ୟବର ରୋଟାରୀ ଗଭର୍ଣ୍ଣର କ୍ଲବ ସଭାନେତ୍ରୀଙ୍କ କାର୍ଯ୍ୟକଳାପରେ ଭୂୟସୀ ପ୍ରସଂଶା କରିଥିଲେ ଏବଂ ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ଅବସରରେ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ଶ୍ରୀମତି ଝରଣା ପାଣି ଛତ୍ରପୁର ଉପ କାରାଗାରର ଅଧିକ୍ଷିକା ଶ୍ରୀମତୀ ଶୁଭଶ୍ମିତା ବିଶ୍ବାଳ ଓ ଶିକ୍ଷୟିତ୍ରୀ ଆରାଧନା ପଟ୍ଟନାୟକଙ୍କୁ ଓ ଶ୍ରୀ ପାଣି ଯୁବ ଉଦ୍ୟୋଗୀ ଦ୍ବାରକା ପ୍ରସାଦ ପଟ୍ଟନାୟକଙ୍କୁ ନୂତନ ସଦସ୍ୟତା ପ୍ରଦାନ କରିଥିଲେ । ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ବ୍ଳକର ଭିକାରିପଲ୍ଲୀ ପ୍ରାଇମେରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ବହି, ବସ୍ତାନି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ନାୟକ ଓ ଶିକ୍ଷୟତ୍ରୀ ଅରୁଣା ଗୌଡ ବହି, ବସ୍ତାନି ଆଦି ଗ୍ରହଣ କରିଥିଲେ । ରୋଟାରୀ ଗଭର୍ଣ୍ଣର ଓ ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ ଏହା ପ୍ରଦାନ କରିଥିଲେ । ସଭାନେତ୍ରୀ ଏସ. ରେଖା ମହାନ୍ତି ପାଣି ଦମ୍ପତ୍ତିଙ୍କୁ ଶ୍ରୀଜଗନ୍ନାଥଙ୍କ ମୁଦ୍ରିତ ବହି ‘ମହାବାହୁ’ ପ୍ରଦାନ କରିଥିଲେ । ପୂର୍ବତନ ସଭାପତି ନିରଞ୍ଜନ ପାତ୍ର ମୁଖ୍ୟଅତିଥି ଓ ସୁଜିତ ପଟ୍ଟନାୟକ ସମ୍ମାନୀତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରସନ୍ନ ପତି ସ୍ବାଗତ ଭାଷଣ ଦେଇଥିଲେ ଏବଂ ଡକ୍ଟର ବିମଳ ପଣ୍ଡା କ୍ଲବର ଇତିହାସ ସୂଚନା ପ୍ରଦାନ କରିଥିଲେ । ସମ୍ପାଦିକା ସ୍ବାଗତିକା ସାମନ୍ତରାୟ ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ସୁରଜିତ ସାମନ୍ତରାୟ ନୂତନ ସଭ୍ୟମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଇ ନାଗେଶ୍ଵର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.