centurian jitm

ଟିଟିଲାଗଡ଼କୁ ରୋଟାରୀ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଅଫିସିଆଲ୍ ଭିଜିଟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସନ୍ଧ୍ୟାରେ ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଟିଟିଲାଗଡ଼ ଗସ୍ତ ଅବସରରେ ସ୍ଥାନୀୟ ସନ୍‌ଭ୍ୟୁ ହୋଟେଲର ସମ୍ମିଳନୀ କକ୍ଷରେ ରୋଟାରୀ କ୍ଲବର ସଭାପତି ମହେଶ କୁମାର ଇନ୍ଦୋରିଆଙ୍କ ସଭାପତିତ୍ୱରେ ରୋଟାରୀ କ୍ଲବର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଟାରୀ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଖିଳ ମିଶ୍ର, ଡିଷ୍ଟ୍ରିକ୍ଟ ଜେନେରାଲ ସେକ୍ରେଟାରୀ ସାରଙ୍ଗ ଭିଡେ, ସହାୟକ ଗଭର୍ଣ୍ଣର ରାଜକୁମାର ଅଗ୍ରୱାଲ, କ୍ଲବ ସମ୍ପାଦକ ପ୍ରମୋଦ କୁମାର ପାଲ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ଭଗବାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହାପରେ ସହରର ପ୍ରତିଷ୍ଠିତ ସମାଜସେବୀ ସ୍ୱର୍ଗତ ସଞ୍ଜୟ ସାହୁ ଓ ପହଲଗାମ ଠାରେ ଆତଙ୍କି ଆକ୍ରମଣରେ ଜୀବନ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏକ ମିନିଟ ଶୋକସଭା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ହାଇଦ୍ରାବାଦ ଠାରୁ ଆସିଥିବା ରୋଟାରୀୟନ ଉଦୟ ସାହୁ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ଆନନ୍ଦ ଜୈନ, କୋଷାଧ୍ୟକ୍ଷ ହରେ ରାମ ଅଗ୍ରୱାଲ, ବଲାଙ୍ଗିର ଓ ଆଖପାଖ ଅଞ୍ଚଳରୁ ବହୁ ରୋଟାରୀ ସଦସ୍ୟମାନେ ଉପସ୍ଥିତ ହୋଇଥିଲେ । ମଞ୍ଚ ପରିଚାଳନା କରିଥିଲେ ମହେଶ ଅଗ୍ରୱାଲ, ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଆନନ୍ଦ ଜୈନ । ରୋଟାରୀ କ୍ଲବର କେବଳ ସଦସ୍ୟ ନ ରହି ଏକ ଭଲ ରୋଟାରୀୟନ୍ ହେବାକୁ ଚେଷ୍ଟା କରନ୍ତୁ ବୋଲି ଡି. ଜି. ଅଖିଳ ମିଶ୍ର କହିବା ସହ ପୋଲିଓ ମୁକ୍ତ ଭାରତ ଗଠନ କରିବାରେ ରୋଟାରୀ ସଦସ୍ୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି, ସରକାରଙ୍କ ସହ ବର୍ଷ ବର୍ଷ ଧରି ପୋଲିଓ ବୁନ୍ଦା ଗାଁ ଗାଁ ବୁଲି ଲୋକଙ୍କୁ ଦେବା ଫଳରେ ଫଳ ସ୍ୱରୂପ ଆମ ଦେଶ ଆଜି ପୋଲିଓ ମୁକ୍ତ ହୋଇପାରିଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିରର ମନୋଜ ଜୈନ, ରାଜ ନାରାୟଣ ଅଗ୍ରୱାଲ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରାଜ କୁମାର ମୋଦି, କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନର ସଭାପତି ଈଶ୍ୱର ଜୈନ, ଲାୟନ୍ସ କ୍ଲବର ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁଙ୍କ ସମେତ ସହରର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶୈଳେଶ ଗୋଏଲ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ରମେଶ ଅଗ୍ରୱାଲ,ସାରଦା ରାଓ, ନିଶା ଅଗ୍ରୱାଲ, ରେଣୁ ଇନ୍ଦୋରିଆ, ସି ଏ ତନୁଜ ଜୈନ ଓ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.