ରୋଟାରୀ ଏଲିଟ ଦ୍ୱାରା ଗ୍ରୀନ୍‌ ଡ୍ରିମ୍‌ : ମା’ଙ୍କ ନାଁରେ ଗୋଟେ ଗଛ

  • ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଉପଲକ୍ଷେ ମାଗଣା ଚାରା ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ଥାନୀୟ ସର୍କିଟ ହାଉସ ରୋଡ୍‌ ସ୍ଥିତ ଭଗବତୀ ମନ୍ଦିର ପାଖରେ ରୋଟାରୀ ଏଲିଟ ତରଫରୁ ଗ୍ରୀନ୍‌ ଡ୍ରିମ୍‌ : ମା’ଙ୍କ ନାଁରେ ଗୋଟିଏ ଗଛ ସ୍ଲୋଗାନ ଦେଇ ମାଗଣା ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଛି । ଏହି କର୍ଯ୍ୟକ୍ରମରେ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ ଗଣେଷ ରାମ ସିଂଖୁଣ୍ଟିଆ ଓ ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ଯୋଗଦେଇ ରୋଟାରୀ ଏଲିଟର ଏହି ଗ୍ରୀନ୍‌ ଡ୍ରିମ୍‌ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହିଦିନ ପ୍ରାୟ ୩୦୦ଟି ବିଭିନ୍ନ କିସମର ଚାରା ବଣ୍ଟନ କରିବା ସହିତ ସଚେତନତାର ବାର୍ତ୍ତା ରୂପେ ଲିଫଲେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘର ପୂର୍ବତନ ସଭାପତି ଶଶୀଭୂଷଣ ପୁରୋହିତ, ଏଲିଟ ସଭାପତି ଅର୍ଚ୍ଚନା ଶତପଥି, ଉପସଭାପତି ନୂତନ ନାୟକ, ସହ ସମ୍ପାଦକ ଭୂମିକା ଭମର, କୋଷାଧ୍ୟକ୍ଷ ଡ. ପ୍ରକାଶ ଦାଶ, ପୂର୍ବତନ ସଭାପତି ନରେନ୍ଦ୍ର ସାହୁ, ଧର୍ମେନ୍ଦ୍ର ନନ୍ଦ, ସଂଜୀବ ନାଏକ, ରିଙ୍କୁ ପାତ୍ର, ପ୍ରଶାନ୍ତ ବିଶ୍ୱାଳ, ଅସିତ ଷଡ଼ଙ୍ଗୀ, ବିଶ୍ୱଜିତ ଦାଶ, ପୂର୍ବତନ ସମ୍ପାଦକ ମମତା ପରମାର, ଦୀପିକା ପାଣିଗ୍ରାହୀ, ଅଜିତ ଶତପଥି ସହିତ ବରିଷ୍ଠ ସଭ୍ୟ ସିନୁସୁନ୍ଦର ପାଢ଼ୀ, ହେମନ୍ତ ପଟେଲ, ଦର୍ଶନ ଭମର, ସୁଜାତା ପାଢ଼ୀ, ସୁଜାତା ଷଡ଼ଙ୍ଗୀ, ମୁକ୍ତା ବେନ ପଟେଲ, ସୁଷମା ପାଣିଗ୍ରାହୀ ଓ ଏଲିଟର ସମସ୍ତ ସଭ୍ୟସଭ୍ୟା ଗ୍ରୀନ୍‌ ଡ୍ରିମ୍‌ କ୍ରା୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଏହି ଅଗଷ୍ଟ ମାସରେ ଆହୁରି ଚାରା ବଣ୍ଟନ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆହୋଇଛି ବୋଲି ରୋଟାରୀ ଏଲିଟ ସଭାପତି ଶ୍ରୀମତୀ ଶତପଥି କହିଥିଲେ ।

Leave A Reply

Your email address will not be published.