ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତ ରୁକ୍ମିଣୀଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଛତ୍ରପୁରର ଅଗ୍ରଣୀ ସ୍ୱେର୍ଚ୍ଚାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ତରଫରୁ ୨ଶହ ବିଦ୍ୟାର୍ଥୀଙ୍କ ଗହଣରେ ବିଭିନ୍ନ କିସମର ଫଳନ୍ତି ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା । ଯଥା, ୪୦ ଗୋଟି ଅଁଳା, ୩୦ ଗୋଟି କରମଙ୍ଗା, ୨୦ ଗୋଟି ପଣସ, ୨୦ ଗୋଟି ପିଜୁଳି, ୨୦ ଗୋଟି ନରକୋଳି, ୩୦ ଗୋଟି ଡାଳିମ୍ବ, ୨୦ ଗୋଟି ଓଉ ଫଳ, ୨୦ଗୋଟି ବଉଳ, ୨୦ ଗୋଟି ଜାମୁକୋଳି, ୧୦ ଗୋଟି କଦମ୍ବ, ୨୦ ଗୋଟି କଇଠ ପ୍ରଭୃତି ଦୁଇଶହରୁ ଅଧିକ ବିଭିନ୍ନ କିସମର ଗଛ ଚାରା ବିଦ୍ୟାର୍ଥୀ ମାନଙ୍କୁ ବଣ୍ଟନ କରିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣକାର୍ଯ୍ୟକ୍ରମରେ ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ସାଗରିକା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମାଜସେବୀ, ସାହିତ୍ୟିକ ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ଶିକ୍ଷାବିତ୍ ସୋମନାଥ ସାହୁ, ସନ୍ତୋଷ ଶତପଥୀ, ପୁଷ୍ପା ସାହୁ, ସୁଦେଷ୍ଣା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷ ରୋପଣ ଏବଂ ଚାରା ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ସୁଦେଷ୍ଣା ବେହେରା, ସ୍ନିଗ୍ଧା ରାଣୀ ବେହେରା, ଗୀତାଞ୍ଜଳି ମହାନ୍ତି, ନିଦ୍ରାବତୀ ମୁଦି, ଲିପିକା ପ୍ରିୟଦର୍ଶିନୀ ରେଡ୍ଡୀ, ବିଦ୍ୟାଳୟ ସଭାପତି ଡମ୍ବୁରୁଧର ବେହେରା, ଦୁର୍ଯ୍ୟୋଧନ ପରିଡ଼ା, ସମିତିସଭ୍ୟ ରାମ ପରିଡ଼ା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।
