ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ଶକ୍ତି ସଂଗଠନ ତରଫରୁ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଲାଙ୍ଗିରର ବାହ୍ମଣୀପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଦସ୍ୟା ସକିଲା ବାନୋଙ୍କର ନିଜସ୍ୱ କ୍ଷେତ ଜାଗା ରେ ବୃକ୍ଷ ରୋପଣ ହୋଇଥିଲା । ଯେପରି କି ଆଗାମୀ ସମୟରେ ସେହି ବୃକ୍ଷମାନଙ୍କ ଉପଯୁକ୍ତ ଯତ୍ନ ନିଆ ଯାଇପାରିବ । ଧନ୍ୟବାଦ ଜଣାଉଛୁ ବ୍ରାହ୍ମଣୀପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ବିଶ୍ୱାଳ ଏବଂ ଶିକ୍ଷକ ସଞ୍ଜୟ ନାରାୟଣ ଗୁରୁ ମୋହଦୟଙ୍କୁ ନିଜ ଛାତ୍ରଛାତ୍ରୀଙ୍କ ସହ ମିଶି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା ମଧ୍ୟ ଯୋଗ ଦେଇ ଆଗାମୀ ସମୟରେ ଗଛ ଗୁଡିକର ଯତ୍ନ ନେବା ପାଇଁ ଆଗେଇ ଆସିଥିଲେ ସେଥିପାଇଁ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ । ଏହିପରି ଭାବେ ପରିବେଶ ତଥା ସମାଜ ପାଇଁ ନିଜ କର୍ତ୍ତବ୍ୟ ବହନ ଆଗକୁ ମଧ୍ୟ ଜାରି ରହିବ ।

Leave A Reply

Your email address will not be published.