ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାରର ସୁରଭି ଗୋଶାଳାରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୩ ଘଣ୍ଟା ବେଳେ ବଲାଙ୍ଗିର ସୁବର୍ଣ୍ଣପୁର ରାସ୍ତାରେ ଥିବା ବିଛୁପାଲୀ ସୁରଭି ଗୋ ସେବା ଧାମଠାରେ ବନ ମହୋତ୍ସବ ପରିପ୍ରେକ୍ଷୀରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାର ବଲାଙ୍ଗିର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଜିଲ୍ଲା ବନ ବିଭାଗ ସହଯୋଗରେ ବନପାଳ ବ୍ୟାସଦେବ ସାହୁ ଓ ଆନନ୍ଦ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ବିଭିନ୍ନ କିସମର ଶତାଧିକ ଚାରା ରୋପଣ କରାଯାଇଥିଲା । ଗ୍ରହକ ପଞ୍ଚାୟତ ପ୍ରନ୍ତ ସଭାପତି କିଶୋର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ମାଣିକ ଲାଲ ବର୍ମା, ବଲାଙ୍ଗିର ସଭାପତି ଗୋପବନ୍ଧୁ ଶତପଥୀ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, ନିହାରିକା ମିଶ୍ର, ରାମ ଶତପଥି ଓ ଅନ୍ୟ ସଦସ୍ୟମାନେ ଜୋଗଦେଇ ଚାରା ଗୁଡ଼ିକ ରୋପଣ କରିଥଲେ । ଗାୟତ୍ରୀ ପରିବାରର ମୋକ୍ଷଦା ଶର୍ମା, ବୀଣାପାଣି ଆଚାର୍ଯ୍ୟ, କମ୍ବୁ ପାଣି ଆଚାର୍ଯ୍ୟ, ନଳିନୀ ତ୍ରିପାଠୀ, ସ୍ମିତା ମହାରଣା , ଭୁବନେଶ୍ଵରୀ ନାଗଙ୍କ ସମେତ ଅନ୍ୟ ଭଉଣୀମାନେ ଯୋଗଦେଇ ଥିଲେ । ଗୋଶାଳା ତତ୍ତ୍ୱାବଧାରକ ତ୍ରିଲୋଚନ ମେହେର ଓ ସହଯୋଗୀ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ ।

jittmm
Leave A Reply

Your email address will not be published.