ଜଡିଚାତର ଗ୍ରାମର ତିନି ଜଣ ଯୁବକ ଛାତ୍ରୀଙ୍କ ଆଗରେ ରୋମିଓଗିରି ଦେଖାଇ ଗିରଫ

ପାଟଣା : ତୁରୁମୁଙ୍ଗା ଥାନା ଅଞ୍ଚଳ ଶ୍ୟାମସୁନ୍ଦରପୁର ନିକଟରେ ଟିଉସନ ଯାଉଥିବା ୩ଜଣ ଛାତ୍ରୀଙ୍କୁ ଗତକାଲି ଜଡିଚାତର ଗ୍ରାମର ତିନି ଜଣ ଯୁବକ ଟଣା ଓଟରା କରିବା ସହ ସେମାନଙ୍କଠାରୁ ମୋବାଇଲ ଛଡାଇ ନେବା ପାଇଁ ଚେଷ୍ଟା କରିଥିବା ସମ୍ପର୍କରେ ବଡଗମ୍ଭାରିଆ ଗ୍ରାମର ସଞ୍ଜିବ ମହାପାତ୍ର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି ଓ ସବ୍‌ଇନ୍ସପେକ୍ଟର ଦୀନଦୟାଲ ମୋଦୀ ଘଟଣାର ତଦନ୍ତ କରିବା ସହ ରୋମିଓଗିରି ଦେଖାଇଥିବା ଜଡିଚାତର ଗ୍ରାମର ଇନ୍ଦ୍ର ନାଏକ(୨୦), ଶରଧାପୁର ଗ୍ରାମର ବେଣୁଧର ନାଏକ(୨୦) ଓ କେଶବ ନାଏକ(୧୮) ନାମକ ତିନି ଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରି ଯୁବକ ତିନି ଜଣଙ୍କୁ ଗିରଫ କରାଯାଇଛି । ଛାତ୍ରୀମାନେ ରାସ୍ତା କଡରେ ସ୍କୁଟି ରଖି ମୋବାଇଲରେ ସେଲଫି ନେବା ସମୟରେ ହଠାତ ତିନିଜଣ ଯାକ ଯୁବକ ସେଠାରେ ପହଞ୍ଚି ରୋମିଓ ଗିରି ଦେଖାଇଥିଲେ । ସଂପୃକ୍ତ ତିନି ଯୁବକଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.