jayashree

ପୁଣି ଖଟିଆରେ ବୁହା ହେଲେେ ରୋଗୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରୋଗରେ ଗୁରୁତର ହୋଇ ଯାଇଥିବା ବେଳେ ଗାଁକୁ ରାସ୍ତା ନଥିବାରୁ ଗାଁକୁ କୌଣସି ଅଟୋରିକ୍ସା କିମ୍ବା ଆମ୍ବୁଲନ୍ସ ଯାଇ ନପାରିବାରୁ ଖଟିଆରେ ୩ କିମି ବୁହାହେଲେ ରୋଗୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତ ଅନ୍ତର୍ଗତ ଆରଗଣ୍ଡା ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରାସ୍କା (୫୪) ରୋଗରେ ଗୁରୁତର ହୋଇଥିଲେ । ଗାଁକୁ ରାସ୍ତା ନଥିବାରୁ ଗାଁକୁ କୌଣସି ଆମ୍ବୁଲାନ୍ସ କିମ୍ବା ଅଟୋ ରିକ୍ସା ଯାଇ ପାରିଲା ନାହିଁ । ସେଥିପାଇଁ ବାଧ୍ୟ ହୋଇ ପରିବାର ଲୋକଙ୍କ ସହ ଆମ୍ବୁଲାନ୍ସ ଚାଳକ ରୋଗୀଙ୍କୁ ଖଟିଆରେ ମାଣ୍ଡିପଦର ପର୍ଯ୍ୟନ୍ତ ବୋହିଆଣି ୧୦୮ ଆମ୍ବୁଲାନ୍ସରେ ନେଇ କଲ୍ୟାଣସିଂହପୁର ଡାକ୍ତରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଚିକିତ୍ସା ଚାଲିଥିବା ପରିବାର ଲୋକେ କହିଛନ୍ତି । ଏହି ଗାଁରେ ପ୍ରାୟ ୩୦ଘର ଥିବା ବେଳେ ଆନୁମାନିକ ଲୋକସଂଖ୍ୟା ୧୫୦ରୁ ଅଧିକ ଥିବା ଜଣାପଡିଛି । ଏହି ଗାଁକୁ ରାସ୍ତା ନଥିବା ନେଇ ବାରମ୍ବାର ବିଡିଓଙ୍କୁ ଅଭିଯୋଗ କଲାପରେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ । ରାସ୍ତା ନଥିବା ନେଇ ବାରମ୍ବାର ଖବର କାଗଜରେ ପ୍ରସାରଣ ପରେ ମଧ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉ ନଥିବା ଜଣାପଡ଼ିଛି । ଭୋଟ ବେଳେ ରାଜନୈତିକ ଦଳର ନେତା ରାସ୍ତା ହୋଇଯିବ ବୋଲି ପ୍ରତିଶ୍ର୍ରୁତି ଦେଇ ଚାଲିଯାଉଥିବା ଗ୍ରାମର ଲୋକ ମାନେ କହିଛନ୍ତି ।

Leave A Reply

Your email address will not be published.