jayashree

ଥାଲାସେମିଆ ଓ ସିକିଲସେଲ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାର ଏବଂ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଲୋକ ନାଟକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଥାଲାସେମିଆ ଓ ସିକିଲସେଲ ରୋଗର କାରଣ, ନିରାକରଣ ଓ ପ୍ରତିକାର ଉପରେ ଜନସଚେତନତା କାର୍ଯ୍ୟକ୍ରମ ଡେଲାଙ୍ଗ ହାଟ ବଜାରରେ ଅନୁଷ୍ଟିତ ହୋଇଯାଇଛି । ଏହି ପଥପ୍ରାନ୍ତ ନାଟକ ଦେଖିବାକୁ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସନ୍ତୋଷ ତ୍ରିପାଠୀ, ଜନ ସ୍ୱାସ୍ଥ୍ୟ ଅଧିକାରୀ ବଳରାମ ପଟ୍ଟନାୟକ ଓ ବିପିଓ ଦିଲ୍ଲୀପ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.